ଓଡିଶା

odisha

ETV Bharat / state

ସାଇବର ଅପରାଧ ରୋକିବାକୁ ପ୍ରୟାସ; କଟକର ୧୪ ବ୍ଲକରେ ବୁଲିଲା ସଚେତନତା ରଥ - ସାଇବର ଅପରାଧ ସଚେତନତା ରଥ

ସାଇବର ଅପରାଧ ରୋକିବା ପାଇଁ ରାଜ୍ୟ ପୋଲିସ ଦ୍ବାରା ଆରମ୍ଭ ହେଲା ସାଇବର ସୁରକ୍ଷା ଅଭିଯାନ । କଟକରେ ଗଡିଲା ସାଇବର ସଚେତନତା ରଥ । ଗାଁକୁ ଗାଁ ବୁଲି ଲୋକଙ୍କୁ କରିବା ସଚେତନ । ଅଧିକ ପଢନ୍ତୁ..

ସାଇବର ଅପରାଧ ରୋକିବା ପାଇଁ କଟକର ୧୪ ଟି ବ୍ଲକରେ ବୁଲିଲା ସଚେତନତା ରଥ
ସାଇବର ଅପରାଧ ରୋକିବା ପାଇଁ କଟକର ୧୪ ଟି ବ୍ଲକରେ ବୁଲିଲା ସଚେତନତା ରଥ

By ETV Bharat Odisha Team

Published : Oct 3, 2023, 7:21 AM IST

ସାଇବର ଅପରାଧ ରୋକିବା ପାଇଁ କଟକର ୧୪ ଟି ବ୍ଲକରେ ବୁଲିଲା ସଚେତନତା ରଥ

କଟକ:ସାଇବର ଅପରାଧ ରୋକିବା ପାଇଁ ରାଜ୍ୟ ପୋଲିସ ଦ୍ବାରା ଆରମ୍ଭ ହୋଇଛି ସାଇବର ସୁରକ୍ଷା ଅଭିଯାନ । କଟକରେ ଗଡିଲା ସାଇବର ସଚେତନତା ରଥ । ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଉଛି ପୋଲିସ । ତେବେ ଅଫଲାଇନରେ ସଚେତନତା ରଥ ମାଧ୍ୟମରେ ଗାଁକୁ ଗାଁ ବୁଲି ସାଇବର ଅପରାଧରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ ଅନଲାଇନରେ ଭିଡିଓ ବାର୍ତ୍ତା ମାଧ୍ୟମରେ ସଚେତନତା କରାଯାଇଛି । ସାଇବର ଅପରାଧିମାନେ କିପରି ଠକେଇ କରିଥାନ୍ତି, ଠକେଇର ଶିକାର ହେଲେ ପରବର୍ତ୍ତୀ ସମୟରେ କ'ଣ କରିବାକୁ ପଡିବ ସେନେଇ ସଚେତନତା ରଥ ମାଧ୍ୟମରେ ବାର୍ତ୍ତା ଦିଆଯାଇଛି ।

ସୋମବାର ଦିନ କଟକ ରୁରାଲ ଏସ୍ପି ମିହିର ପଣ୍ଡା ଓ ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚୟନୀ ସବୁଜ ପତାକା ଦେଖାଇ ସାଇବର ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ତେବେ ପ୍ରଥମ ଦିନରେ ଜିଲ୍ଲାର 14ଟି ବ୍ଲକରେ ଏହି ସଚେତନତା ରଥ ବୁଲି ଲୋକମାନଙ୍କୁ ସଚେତନ କରାଇଛି । ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଏହି ସାଇବର ସୁରକ୍ଷା କାର୍ଯ୍ୟକ୍ରମ ଜାରି ରହିବ । ବିଶେଷକରି ସାଇବର ଠକମାନେ କିପରି ଠକେଇ କରିଥାନ୍ତି, କିପରି ସାମାନ୍ୟ ଅସାବଧାନତା ଯୋଗୁଁ ଠକାମୀର ଶିକାର ହେବାକୁ ପଡିଥାଏ ସେନେଇ ସଚେତନ କରାଯାଉଛି । ସେହିପରି ପ୍ରତ୍ୟେକ ଥାନା ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଏନେଇ ସଚେତନ କରାଯିବ । ଏନେଇ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଏସପି ।

ଏହାମଧ୍ୟ ପଢନ୍ତୁ..ରାଜ୍ୟରେ ଗଡିଲା ସାଇବର ସଚେତନତା ରଥ, ଠକାମୀର ଶିକାର ହେବାରୁ ବର୍ତ୍ତିବାକୁ କରିବ ସଚେତନ

ବର୍ତ୍ତମାନ ରାଜ୍ୟରେ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଆସନ୍ତା ମାସ 15 ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ । ଏହି କ୍ରମରେ କଟକ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ କଟକ ସହରରେ ବ୍ୟାପକ ସ୍ତରରେ ସାଇବର ସଚେତନତା କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି ।

ବର୍ତ୍ତମାନ ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସାଇବର ଅପରାଧୀଙ୍କ ଠକାମୀର ଶିକାର ହେଉଛନ୍ତି । ତେଣୁ ସମସ୍ତ ବର୍ଗର ଲୋକଙ୍କ ପାଖରେ ଏହି ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ପୋଲିସ ପକ୍ଷରୁ ସଚେତନତା ରଥର ଆରମ୍ଭ କରାଯାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details