କଟକ: ସାରା ବିଶ୍ବରେ କାୟା ବିସ୍ତାର କରୁଛି ମହାମାରୀ କୋରୋନା ଭୂତାଣୁ । ଏହି ଭୂତାଣୁର ମୁକାବିଲା ପାଇଁ ସାରା ଦେଶକୁ ଲକଡାଉନ ଘୋଷଣା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏହି କ୍ରମରେ କଟକ ସହରରେ ମଧ୍ୟ କଡା କଟକଣା ମଧ୍ୟରେ ଲକଡାଉନ ପାଳନ କରାଯାଉଛି । ସହରର ସମସ୍ତ ଗଳି କନ୍ଦିରେ ପୋଲିସର କଡା ପହରା ଥିବା ବେଳେ ଜନଶୂନ୍ୟ ହୋଇପଡିଛି ରାସ୍ତାଘାଟ ।
କୋରାେନା କଟକଣା: ଅସହାୟଙ୍କୁ ଖାଦ୍ୟ ଓ ପାଣି ବାଣ୍ଟିଲେ ସ୍ଥାନୀୟ ଯୁବକ - କାୟା ବିସ୍ତାର କରୁଛି ମହାମାରୀ କୋରୋନା ଭୂତାଣୁ
କୋରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମଗ୍ର ଭାରତବର୍ଷକୁ 21 ଦିନର ଲକଡାଉନ ଘୋଷଣା କରିଥିବା ବେଳେ ବିଭିନ୍ନ ସହରରେ ଏହି ତାଲା ବନ୍ଦର ଶିକାର ହୋଇଛନ୍ତି ଅସହାୟ ବ୍ୟକ୍ତି । ଏମିତି ସ୍ଥିତିରେ ଏହି ଅସହାୟ ମାନଙ୍କୁ ସହାୟ ହୋଇଛନ୍ତି ସ୍ଥାନୀୟ ଯୁବକ । ଏନେଇ କଟକରୁ ଆମ ସମ୍ବାଦଦାତା ଅଧିକ ସୂଚନା ଦେଇଛନ୍ତି ।
କୋରାେନା କଟକଣା: ଅସହାୟଙ୍କୁ ଖାଦ୍ୟ ଓ ପାଣି ବାଣ୍ଟିଲେ ସ୍ଥାନୀୟ ଯୁବକ
ସେପଟେ ସହରରେ ଲକଡାଉନ ପାଇଁ ସବୁ ବନ୍ଦ ଥିବା ବେଳେ ସହରର ଅସହାୟ ଓ ଭିକ୍ଷୁକ ମାନେ ଖାଦ୍ୟ ନପାଇ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏଭଳି ସ୍ଥିତିରେ ଏମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି କଟକର କିଛି ସ୍ଥାନୀୟ ଯୁବକ । ଏହି ଯୁବକମାନେ ଅସହାୟଙ୍କୁ ଯୋଗାଉଛନ୍ତି ଦାନା । ଖାଦ୍ୟ ପୁଡ଼ିଆ ସହ ପାଣି ବୋତଲ ଯୋଗାଉଥିବା ଦେଖିବାକୁ ମିଳିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ