ଓଡିଶା

odisha

ETV Bharat / state

ଖୁବଶୀଘ୍ର କୋରୋନା ମୁକ୍ତ ହେବ କଟକ: ଜିଲ୍ଲାପାଳ - କମିବାରେ ଲାଗିଛି କୋରୋନା ଆକ୍ରାନ୍ତ

କଟକରେ ଖସୁଛି କୋରୋନା ମିଟର । ତିନି ଚାରି ଦିନ ହେଲା କଟକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଖୁବଶୀଘ୍ର କଟକ କୋରୋନା ମୁକ୍ତ ଜିଲ୍ଲା ହେବ
ଖୁବଶୀଘ୍ର କଟକ କୋରୋନା ମୁକ୍ତ ଜିଲ୍ଲା ହେବ

By

Published : Oct 7, 2020, 10:17 PM IST

କଟକ: କଟକରେ ଖସୁଛି କୋରୋନା ମିଟର । ତିନି ଚାରି ଦିନ ହେଲା କଟକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଯେଉଁ ସଂଖ୍ୟା ପ୍ରତ୍ୟେକ ଦିନ ୪ ଶହରୁ ଅଧିକ ରହୁଥିଲା ତାହା ଏବେ ଅଧାରୁ ଅଧିକ ଖସିଆସିଛି । ଅର୍ଥାତ ୩ ରୁ ୪ ଦିନ ହେବ ଜିଲ୍ଲାରେ ୨ ଶହ ରୁ ୨୩୦ ଭିତରେ ରହୁଛି ।

ଖୁବଶୀଘ୍ର କଟକ କୋରୋନା ମୁକ୍ତ ଜିଲ୍ଲା ହେବ

ସେହିପରି ସହରରେ ଯେଉଁମାତ୍ରାରେ ବଢୁଥିଲା ସେଥିରେ ବି ସୁଧାର ଆସିଛି । କଟକ ସହରରେ ଏବେ ଶହେରୁ ୧୨୦ ଭିତରେ ରହୁଛି । ଯାହାକି ପୂର୍ବରୁ ୩ ଶହରୁ ଅଧିକ ରହୁଥିଲା । ତେବେ ଏହା ଏବେ ନିୟନ୍ତ୍ରଣକୁ ଆସିଥିବା କଟକ ଜିଲ୍ଲାପାଳ କହିଛନ୍ତି । ଧୀରେ ଧୀରେ ଏହା ପୁରା ନିୟନ୍ତ୍ରଣକୁ ଆସିବ ଆଉ କଟକ କୋରୋନା ମୁକ୍ତ ଜିଲ୍ଲା ହେବ ବୋଲି ଜିଲ୍ଲାପାଳ ଭବାନୀଶଙ୍କର ଚୟିନୀ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details