ଓଡିଶା

odisha

ETV Bharat / state

ନଭେମ୍ବରରେ କୋରୋନାମୁକ୍ତ ହେବ କଟକ ! - ନଭେମ୍ବରରେ କୋରୋନା ମୁକ୍ତ ହେବ କଟକ

ଗତ କିଛି ଦିନ ହେବ ଜିଲ୍ଲାରେ କମୁଛି ସଂକ୍ରମଣଙ୍କ ସଂଖ୍ୟା । କୋରୋନା ଜନିତ ମୃତ୍ୟୁହାର କମୁଥିବା ବେଳେ କୋରୋନାରୁ ସୁସ୍ଥ ହୋଇଥିବା ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେବେ ଆସନ୍ତା ମାସରେ ଅର୍ଥାତ୍‌ ନଭେମ୍ବରରେ କଟକ କୋରୋନା ମୁକ୍ତ ଜିଲ୍ଲା ହେବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ଆଶାପ୍ରକଟ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

Cuttack will be first coronafree district on November: District collector
ନଭେମ୍ବରରେ କୋରୋନାମୁକ୍ତ ହେବ କଟକ !

By

Published : Oct 30, 2020, 1:03 PM IST

କଟକ: ଆସନ୍ତା ମାସ ନଭେମ୍ବର ମାସରେ ଜିଲ୍ଲା କୋରୋନାମୁକ୍ତ ହୋଇପାରେ ବୋଲି ଆଶାପ୍ରକଟ କରିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏଭଳି ଆଶା ବାନ୍ଧିଥିବାର ଜଣାପଡିଛି ।

ନଭେମ୍ବରରେ କୋରୋନାମୁକ୍ତ ହେବ କଟକ !

ପୂର୍ବ ଅପେକ୍ଷା ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ରୋକ ଲାଗିଛି । ଗତ ଅଗଷ୍ଟ ମାସରେ ହଠାତ୍ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । କିନ୍ତୁ ଚଳିତ ମାସ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣକୁ ଆସିଛି । କିଛି ଦିନ ହେବ ଜିଲ୍ଲା ଏବଂ ସହରରେ କୋରୋନା ସଂଖ୍ୟା ହ୍ରାସ ପାଇବାର ଲାଗିଛି । କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି।

ସେହିପରି କୋରୋନାରୁ ସୁସ୍ଥ ହୋଇଥିବା ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେବେ ଆସନ୍ତା ମାସରେ ଅର୍ଥାତ୍‌ ନଭେମ୍ବରରେ କଟକ କୋରୋନାମୁକ୍ତ ଜିଲ୍ଲା ହେବ ବୋଲି ଆଶାପ୍ରକଟ କରିଛନ୍ତି କଟକ ଜିଲ୍ଲାପାଳ। ଲୋକମାନେ ସଚେତନ ରହିଲେ ଏହା ସମ୍ଭବପର ହେବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ କହିଛନ୍ତି ।

ତେବେ ଚଳିତ ମାସ 28 ତାରିଖରେ ଜିଲ୍ଲାରୁ 128ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଗତ 24ଘଣ୍ଟା ମଧ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶତକରୁ କମି 98ରେ ପହଞ୍ଚିଛି । ଜିଲ୍ଲା ସହିତ ରାଜ୍ୟରେ ମଧ୍ୟ କୋରୋନା ନିୟନ୍ତ୍ରଣକୁ ଆସିଛି । ରାଜ୍ୟରେ ଗତ 24ଘଣ୍ଟା ମଧ୍ୟରେ 1547ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1908 ଜଣ ସୁସ୍ଥ ହୋଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details