କଟକ: ରୂପାର ସହର କଟକ ଛାତିରେ ଲିପିବଦ୍ଧ ବହୁ ଐତିହାସିକ ଗାଥା । ହଜାର ବର୍ଷର ପୁରୁଣା ଏଠାକାର ସଂସ୍କୃତି, ପରମ୍ପରା, କଳା, ଭାସ୍କର୍ଯ୍ୟ, ସ୍ବପ୍ନ, ସଂଗ୍ରାମ, ପ୍ରଗତି ଏବଂ ସମୃଦ୍ଧିକୁ ନେଇ ରହିଛି 9ଟି ସଂଗ୍ରହାଳୟ । ଆଉ ଏସବୁକୁ ନେଇ ଲିଖିତ ‘କଟକ-ଦି ସିଟି ଅଫ ମ୍ୟୁଜିୟମକୁ ଉନ୍ମୋଚନ କରି ଲୋକଲୋଚନକୁ ଆଣିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।
କଟକରେ ବହୁ ସଂଗ୍ରାମୀ ଦେଶ ପାଇଁ ନିଜକୁ ଉତ୍ସର୍ଗୀତ କରିଦେଇଛନ୍ତି । ଉତ୍କଳର ଗୌରବ ମଧୂସୂଦନଙ୍କ ମାଟିରେ ସନ୍ନିବେଶିତ ପ୍ରତ୍ୟେକଟି ତଥ୍ୟକୁ ନେଇ ଶ୍ରୀ ରାଜା ପରିଜାଙ୍କ ଲିଖିତ ‘କଟକ-ଦି ସିଟି ଅଫ ମ୍ୟୁଜିୟମ ’ ଏକ ଉପାଦେୟ ପୁସ୍ତକ । ଏହି ପୁସ୍ତକଟିରେ ପର୍ଯ୍ୟଟକ, ବିଦ୍ବାନ, ଗବେଷକ, ଛାତ୍ରଛାତ୍ରୀ ଏବଂ ସାଧାରଣ ପାଠକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ ବୋଲି ମନ୍ତ୍ରୀ ପ୍ରତାପ କହିଛନ୍ତି । ଶନିବାର ପୂର୍ବାହ୍ନରେ ନିଜ ସଚିବାଳୟ ପ୍ରକୋଷ୍ଠରେ ଏହି ପୁସ୍ତକଟିକୁ ଉନ୍ମୋଚନ କରି ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କଟକର ଇତିହାସର ସ୍ମୃତିଚାରଣ କରିଛନ୍ତି ।