ଓଡିଶା

odisha

ETV Bharat / state

Chit Fund: କମ୍ପାନୀର ୨୪ଏକର ସମ୍ପତ୍ତି ବାଜ୍ୟାପ୍ତ କରି କ୍ଷତିଗ୍ରସ୍ତଙ୍କୁ ବାଣ୍ଟିବାକୁ ନିର୍ଦ୍ଦେଶ - ସମ୍ପତ୍ତି ବାଜ୍ୟାପ୍ତ

ଚିଟଫଣ୍ଡ କମ୍ପାନୀ ଶ୍ରୀଭୂମି ଗ୍ରୁଫ ଅଫ କମ୍ପାନୀ ବିରୋଧରେ କଟକ ସ୍ବତନ୍ତ୍ର ଚିଟଫଣ୍ଡ ଅଦାଲତଙ୍କ ଦ୍ବିତୀୟ ନିର୍ଦ୍ଦେଶନାମା । କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତ କରି କ୍ଷତିଗ୍ରସ୍ତଙ୍କୁ ବାଣ୍ଟିବାକୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Chit Fund
Chit Fund

By

Published : Feb 23, 2023, 6:52 PM IST

Chit Fund: କମ୍ପାନୀର ୨୪ଏକର ସମ୍ପତ୍ତି ବାଜ୍ୟାପ୍ତ କରି କ୍ଷତିଗ୍ରସ୍ତଙ୍କୁ ବାଣ୍ଟିବାକୁ ନିର୍ଦ୍ଦେଶ

କଟକ:ଜିଲ୍ଲା ସ୍ବତନ୍ତ୍ର ଚିଟଫଣ୍ଡ ଅଦାଲତଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଆଜି ଆଉ ଏକ ଚିଟଫଣ୍ଡ ସଂସ୍ଥାର ସମ୍ପତ୍ତି ବ୍ୟାଜାପ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଶ୍ରୀଭୂମି ଗ୍ରୁପ ଅଫ କମ୍ପାନୀର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ତହସିଲରେ ଥିବା ପ୍ରାୟ ୨୪ଏକରରୁ ଅଧିକ ଜମି ବାଜ୍ୟାପ୍ତ କରି ବିକ୍ରି ଲବ୍ଧ ଅର୍ଥକୁ ଜମାକାରୀଙ୍କ ମଧ୍ୟରେ ବାଣ୍ଟି ଦେବାକୁ କୋର୍ଟ ନିଜ ରାୟରେ କହିଛନ୍ତି ।

କମ୍ପାନୀର ଏହି ଜବତ ଜମିକୁ ସର୍ବସାଧାରଣରେ ନିଲାମ କରି ନିଲାମର ବିକ୍ରିଲବ୍ଧ କ୍ଷତିଗ୍ରସ୍ତଙ୍କୁ ବାଣ୍ଟିବାକୁ କୋର୍ଟ କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ତହସିଲ ଅଞ୍ଚଳରେ ଏହି ଜମିଗୁଡ଼ିକ ରହିଛି । ପୂର୍ବରୁ ଏହି କମ୍ପାନୀର ୪୬ ଏକର ଜମିର ଜବତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେଏବଂ ଉକ୍ତ ଜମିଗୁଡିକର ମଧ୍ୟ ସର୍ବସାଧାରଣରେ ନିଲାମ କରି କ୍ଷତିଗ୍ରସ୍ତମାନଙ୍କୁ ବାଣ୍ଟିବା ପାଇଁ କୋର୍ଟ କହିଥିଲେ। ଉକ୍ତ ଚିଟଫଣ୍ଡ କମ୍ପାନୀ ବରୋଧରେ କୋର୍ଟଙ୍କ ଏହା ଦ୍ବିତୀୟ ନିର୍ଦ୍ଦେଶନାମା । ୨୦୧୭ ମସିହାରେ କୋର୍ଟ କମ୍ପାନୀର ୪୬ ଏକର ଜମିକୁ ନିଲାମ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହା ବି ପଢନ୍ତୁ- ମୋଦି-ଆଦାନୀ ସମ୍ପର୍କ, ଆସନ୍ତା 13ରେ ରାଜଭବନ ଘେରିବ କଂଗ୍ରେସ

ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଏହି କମ୍ପାନୀ ଲୁଟିଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା । ଅନେକ କ୍ଷତିଗ୍ରସ୍ତମାନେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବିଶେଷକରି ଟଙ୍କା ଜମା କରିଲେ ଏହା ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଦୁଇଗୁଣା, ତିନିଗୁଣା ହେବ କହି ବିଭିନ୍ନ ପ୍ରକାର ପ୍ରଲୋଭନ କରି ଟଙ୍କା ଲୁଟିଥିଲେ। ଅନେକ ଗରିବ ଦିନ ମଜୁରିଆ ମଧ୍ୟ ସେମାନଙ୍କ କଥା ଶୁଣି ନିଜର କଷ୍ଟ ଉପାର୍ଜିତ ଧନ ରଖିଥିଲେ । ଏପରିକି ଅନେକ ଲୋକ ଝିଅ ବାହାଘର ପାଇଁ ବ୍ୟାଙ୍କରେ ଜମା ରଖିଥିବା ଟଙ୍କା ବି ଉଠାଇ ଆଣି ଏହି କମ୍ପାନୀରେ ଡିପୋଜିଟ କରିଥିଲେ।

ତେବେ ଏହି ଟଙ୍କା ଲୋକଙ୍କୁ ଅର୍ଥ ବାଣ୍ଟିବା ପରିବର୍ତ୍ତେ କମ୍ପାନୀ ନିଜ କାମରେ ବ୍ୟବହାର କରିଥିଲା । ଲୋକଙ୍କୁ ଠକି ନିଜର ପକେଟ ଗରମ କରିଥିଲେ କମ୍ପାନୀର କର୍ତ୍ତୃପକ୍ଷ । ଏହାପରେ ସାଧାରଣ ଲୋକମାନେ ଟଙ୍କା ନପାଇ ଅଭିଯୋଗ କରିବା ସହ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ତେବେ ଏହି ମାମଲାକୁ କୋର୍ଟ ଅତି ଗୁରୁତ୍ୱର ନେବା ସହ କମ୍ପାନୀର ଥିବା ସମସ୍ତ ସ୍ଥାବର ଅସ୍ଥାବର ଜମିକୁ ଜବତ କରି ସର୍ବସାଧାରଣରେ ଏହାର ନିଲାମ କରି କ୍ଷତିଗ୍ରସ୍ତଙ୍କୁ ବାଣ୍ଟିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details