ଓଡିଶା

odisha

ETV Bharat / state

ଅଘଟଣକୁ ନିମନ୍ତ୍ରଣ ଦେଉଛି ଶିଖରପୁର ଜାତୀୟ ରାଜପଥ, ଥରେ ପଡିଲେ ବଞ୍ଚିବା ମୁସ୍କିଲ ! - କଟକ ଶିଖରପୁର ଖାଲଖମା ରାସ୍ତା

ଟକର ପ୍ରମୁଖ ରାସ୍ତା ଶିଖରପୁର ସର୍ଭିସ ରୋଡ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

cuttack sikharpur road problem
cuttack sikharpur road problem

By ETV Bharat Odisha Team

Published : Sep 22, 2023, 3:14 PM IST

ଖାଲଖମାରେ ଭର୍ତ୍ତି କଟକ ଶିଖରପୁର ରାସ୍ତା

କଟକ: ବିକାଶ ଧାରାରେ ଆଗେଇ ଚାଲିଛି ସିଲଭର ସିଟି କଟକ ହେଲେ ଶିଖରପୁର ଅଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥ ଅବସ୍ଥା ଦେଖିଲେ କଟକର ବିକାଶର ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିବ । ମରଣଯନ୍ତା ପାଲଟିଛି କଟକ ମହାନଗର ନିଗମ ଅନ୍ତର୍ଗତ ଶିଖରପୁରର ଜାତୀୟ ରାଜପଥ । ଅଳ୍ପ ବର୍ଷା ହେଲେ ଏହି ବାଟ ଦେଇ ଗମନାଗମନ କରିବା ମୁସ୍କିଲ । ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ବି ଘଟୁଛି । ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ବିକାଶ ଧାରାରେ ଆଗେଇ ଚାଲିଛି ସିଲଭର ସିଟି କଟକ । ଲୋକଙ୍କୁ ସୁବିଧା ଯୋଗାଇ ଦେବାକୁ କାହିଁ କେତେ ଯୋଜନା କରାଯାଉଛି । ହେଲେ ଏହି ସହରର ଦେଇ ଯାଇଥିବା ରାସ୍ତାର ଅବସ୍ଥା ନ କହିବା ଭଲ । ଶିଖରପୁର ଅଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥକୁ ଦେଖିଲେ ଏଭଳି ପ୍ରଶ୍ନ ଉଠିବା ସ୍ବାଭାବିକ । ମରଣଯନ୍ତା ପାଲଟିଛି କଟକ ମହାନଗର ନିଗମ ଅନ୍ତର୍ଗତ ଶିଖରପୁରର ଜାତୀୟ ରାଜପଥ । ଖାଲଖମାରେ ଭରପୁର ଏହି ରାସ୍ତା । ଅସରାଏ ବର୍ଷା ହେଲେ ଏହି ବାଟ ଦେଇ ଗମନାଗମନ କରିବା ମୁସ୍କିଲ ହୋଇପଡ଼ୁଛି । ପ୍ରତିଦିନ ହଜାର ହଜାର ଗାଡ଼ି ମଟର ରାସ୍ତା ଜାମ୍‌ରେ ଫସି ରହିଥିବା ବେଳେ ଖରାପ ରାସ୍ତା ଯୋଗୁଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି ଭାରିଯାନ ଗୁଡିକୁ । ଏହି ରାସ୍ତାରେ ପ୍ରତିଦିନ ଛୋଟବଡ ଦୁର୍ଘଟଣା ବି ଦେଖିବାକୁ ମିଳିଥାଏ ଘଟିଥାଏ ।

ଏହି ରାସ୍ତା ମରାମତି ପାଇଁ ବାରମ୍ବାର ଦାବି ସତ୍ତ୍ବେ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ସେମାନେ । ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଥିବାରୁ ଅନେକ ଜୀବନ ବିପଦରେ ରହିଥିବା କହିଛନ୍ତି ସ୍ଥାନୀୟ ଲୋକେ ।

ଏହାମଧ୍ୟ ପଢନ୍ତୁ.. ବର୍ଷାରେ ବେହାଲ ବ୍ରହ୍ମପୁର: ଘରେ ଆଣ୍ଠୁଏ ଲେଖାଏଁ ନର୍ଦ୍ଦମା ପାଣି, ଚିନ୍ତାରେ ଲୋକେ

ଅନ୍ୟପଟେ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ବାଳଙ୍କ କହିବାନୁଯାୟୀ, ଏନେଇ ବୈଠକରେ ଆଲୋଚନା ହୋଇଛି । ସିଏମସିଙ୍କୁ ମଧ୍ୟ ଜଣାଯାଇଛି । ଏପରିକି ଟ୍ୱିଟ୍‌ କରି ଏନେଇ କେନ୍ଦ୍ରକୁ ମଧ୍ୟ ଜଣାଯାଇଛି । ହେଲେ ଏଯାବତ କୌଣସି ପଦକ୍ଷେପ ମୂଳକ କାର୍ଯ୍ୟ ହୋଇ ପାରିନାହିଁ । ଏଥିରୁ କେନ୍ଦ୍ରସରକାରଙ୍କ ବୈମାତୃକ ମନୋଭାବ ଜଣାପଡୁଥିବା କହିଛନ୍ତି ସ୍ଥାନୀୟ ବିଧାୟକ ।

ସିଏମସି କମିଶନର ନିଖିଲ ପବନ କଲ୍ୟାଣଙ୍କ କହିବାନୁଯାୟୀ, ଶିଖରପୁର ଅଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥକୁ ଅବସ୍ଥା ଖରାପ ବୋଲି ସୂଚନା ରହିଛି । ବର୍ଷା ଯୋଗୁଁ ରାସ୍ତା ମରାମତି କାର୍ଯ୍ୟରେ ବିଳମ୍ବ ହେଉଛି, ଖୁବଶୀଘ୍ର ରାସ୍ତା କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ସିଏମସି କମିଶନର ।

କଟକକୁ ପ୍ରତିଦିନ ହଜାର ହଜାର ଗାଡିମଟର ଯାତାୟାତ କରିଥାଏ । ହେଲେ ରାଜ୍ୟର ବ୍ୟବସାୟିକ ପେଣ୍ଠସ୍ଥଳୀ ତଥା ପ୍ରାଇମ୍‌ ସିଟିର ରାସ୍ତା ସ୍ଥିତି ଦେଖିବା ପରେ ଉପାନ୍ତ ଅଞ୍ଚଳରେ କିଭଳି କାର୍ଯ୍ୟ ହେଉଥିବ ତାହା ସହଜରେ ଅନୁମେୟ। କେବେ ଏହି ରାସ୍ତା ମରାମତି ହେଉଛି ତାହାକୁ ଅପେକ୍ଷା ।

ଇଟିଭି ଭାରତ,କଟକ

ABOUT THE AUTHOR

...view details