ଓଡିଶା

odisha

ETV Bharat / state

BF.7 ଭ୍ୟାରିଆଣ୍ଟ ପାଇଁ ଏସିବି ପ୍ରସ୍ତୁତ, କାଲି ବିଭାଗକୁ ଦେବ ରିପୋର୍ଟ - ଏସିବି ପ୍ରଶାସନିକ ଅଧିକାରୀ

ଏସିବି ମେଡିକାଲରେ କୋଭିଡ ମୁକାବିଲା ପାଇଁ ଆରମ୍ଭ ହୋଇଛି ସ୍ବତନ୍ତ୍ର ପ୍ରସ୍ତୁତି । ଆସନ୍ତାକାଲି ମକଡ୍ରିଲ ହେବା ନେଇ ଯୋଜନା । ଅଧିକ ପଢନ୍ତୁ

cuttack scb medical
cuttack scb medical

By

Published : Dec 26, 2022, 10:42 PM IST

cuttack scb medical

କଟକ:ଏସିବି ମେଡିକାଲରେ କୋଭିଡ ମୁକାବିଲା ପାଇଁ ଆରମ୍ଭ ହୋଇଛି ସ୍ବତନ୍ତ୍ର ପ୍ରସ୍ତୁତି । ଆସନ୍ତାକାଲି ଏନେଇ ଏକ ମକଡ୍ରିଲ କରିବା ନେଇ ମଧ୍ୟ ଯୋଜନା ରହିଛି। ଚୀନ ସମେତ ଅନେକ ରାଷ୍ଟ୍ର ରେ BF.7 ଭ୍ୟାରିଆଣ୍ଟ ଚିନ୍ତା ବଢ଼ାଇଥିବା ବେଳେ ଓଡିଶା ରେ ମଧ୍ୟ ଚିକିତ୍ସା ଦିଗକୁ ମଜଭୁତ କରିବା ପାଇଁ ନିର୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ତେଣୁ ଏନେଇ ମେଡିକାଲ ରେ ରୋଗୀ ମାନଙ୍କ ପାଇଁ ଚିକିତ୍ସା ଦିଗ କିପରି ରହିବ , କେତେ ଡ୍ରଗ୍ସ ଆବଶ୍ୟକ , ମ୍ୟାନ ପାୱାର ଓ କେତେ ଡକ୍ଟର ଚିକିତ୍ସା ପାଇଁ ନିୟୋଜିତ ହେବେ ତାହା ଆସନ୍ତାକାଲି ସୁଦ୍ଧା ସ୍ବାସ୍ଥ୍ୟ ବିଭାଗ କୁ ଅବଗତ କରାଯିବ ବୋଲି କହିଛନ୍ତି ଏସିବି ପ୍ରଶାସନିକ ଅଧିକାରୀ ।

ସେହିପରି ଆଜି ମଧ୍ୟ ଏନେଇ ମେଡିକାଲ ର ସ୍ବତନ୍ତ୍ର ଟିମ ପୂର୍ବରୁ କୋଭିଡ ଚିକିତ୍ସା ପାଇଁ ମୁତୟନ ଥିବା ଆଇସିୟୁ ବେଡ, ଫିଭିର କ୍ଲିନିକ ଇତ୍ୟାଦି ବୁଲି ଦେଖିଛନ୍ତି । ଏହାସହ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହେବ । ଯେଉଁଥିରେ ପରମ୍ୟୁଲାରୀ ମେଡିସନ ଏଚଓଡ଼ି ,ଏସିବି ସୁପରଟେଣ୍ଡଣ୍ଟ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । ବିଗତ 2 ମାସ ମଧ୍ୟରେ ଏସିବିରେ କୋଭିଡ ରୋଗୀ ନାହାନ୍ତି। ତେବେ ଆଗମୀ ସମୟ ପାଇଁ ଏସିବି ଚିକିତ୍ସା ଦିଗରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ମେଡିକାଲ ପ୍ରଶାସନିକ ଅଧିକାରୀ ଡ଼ଃ ଅଭିନାଶ ରାଉତ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details