କଟକ: କଟକ ବଡ ମେଡିକାଲରେ ପୁଣିଥରେ ଦେଖାଦେଇଛି ଉତ୍ତେଜନା । ଚିକିତ୍ସା ଅବହେଳାକୁ ଦାୟୀ କରି ରୋଗୀ ସମ୍ପର୍କୀୟ ହଙ୍ଗାମା କରିଛନ୍ତି । ମଙ୍ଗଳାବାଗ ପୋଲିସର ହସ୍ତକ୍ଷେପ ପରେ ଚିକିତ୍ସା ସେବା ସ୍ବାଭାବିକ ହୋଇଛି ।
ଘଟଣା ଅନୁସାରେ ଗତକାଲି ରାତିରେ ସିଡିଏ ଅଞ୍ଚଳର ଜଣେ 4 ବର୍ଷର ଶିଶୁ ଛାତରୁ ପଡିଯିବାରୁ ଗୁରୁତର ଅବସ୍ଥାରେ ପ୍ରଥମେ ଶିଶୁ ଭବନ ପରେ ଏସସିବି ମେଡିକାଲ ରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ଆଜି ସକାଳୁ ଉକ୍ତ ଶିଶୁଟିର ମୃତ୍ୟୁ ହୋଇଥିଲା । ଯାହା ଫଳରେ ପରିବାର ଲୋକେ ଜରୁରୀ କାଳୀନ ୱାର୍ଡ ସମ୍ମୁଖରେ ହୋହାଲ୍ଲା କରିବା ସହ ଚିକିତ୍ସା ଅବହେଳାକୁ ଦାୟୀ କରିଥିଲେ ।