କଟକ: ପ୍ରତିକ୍ଷାର ଅନ୍ତ ଘଟିଛି । ବାଲିଯାତ୍ରା ପଡିଆରେ ଆରମ୍ଭ ହେଲା 13 ତମ ସାତସାହି ନୃତ୍ୟୋତ୍ସଵ । ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଏହି ଜିଲ୍ଲା ସ୍ତରୀୟ ମେଳାର ଉଦଘାଟନ କରିଛନ୍ତି । ଗୁରୁ କେଳୁଚରଣ ମହାପାତ୍ରଙ୍କୁ ସମ୍ମାନ ତାଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ଉତ୍ସବ ସମ୍ପର୍କରେ ନିଜର ମତ ରଖି କଟକର ପରମ୍ପରା, କଳା, ଭାସ୍କର୍ଯ୍ୟ ସହ ବାଣିଜ୍ୟିକ ବୃଦ୍ଧି ଓ ଭାଇଚାରା ସମଗ୍ର ଓଡ଼ିଶାରେ ସ୍ୱତନ୍ତ୍ର । ଏହି ଉତ୍ସବ ଯୁବଗୋଷ୍ଠୀଙ୍କୁ ପ୍ରେରଣା ଯୋଗାଇବା ସହ କଟକର ଭାଇଚାରା ଓ ସଂସ୍କୃତିକୁ ଏକ ନୂତନ ଦିଗଦର୍ଶନ ଦେଖାଇବ ବୋଲି କହିଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ।
ଏହା ମଧ୍ୟ ପଢନ୍ତୁ: Delhi liquor Scam Case: ଆଜି କବିତାଙ୍କୁ ଜେରା କରିବ ସିବିଆଇ
ତେବେ ପ୍ରଥମରୁ ଏହି ଉତ୍ସବ ୮ଟି ଷ୍ଟଲରୁ ଆରମ୍ଭ ହୋଇ ଆଜି ୧୩ତମ ଉତ୍ସବରେ ୧୦୦ଟି ଷ୍ଟଲରେ ପହଞ୍ଚି ପାରିଛି। ଏହି ଉତ୍ସବ ଶନିବାର ଠାରୁ ଆରମ୍ଭ ହୋଇଥିବା ବେଳେ ୯ ଦିନ ବ୍ୟାପି ଚାଲିବ । ରାଜ୍ୟ ତଥା ରାଜ୍ୟ ବାହାରୁ ମୋଟ 65ଟି ନୃତ୍ୟ ଦଳ ଏହି ଉତ୍ସବରେ ଯୋଗଦେବେ ବୋଲି ସୂଚନା ରହିଛି ।
ପ୍ରକାଶଯୋଗ୍ୟ ଯେ, ୨୦୧୦ରେ ଏହି ଅନୁଷ୍ଠାନ ଆରମ୍ଭ କରାଯାଇଥିବା ବେଳେ ରାଜବଗିଚା ପଡିଆରେ ଉତ୍ସବ ପାଳନ କରାଯାଉଥିଲା । ହେଲେ ମହାମାରୀ କୋଭିଡ଼ ପାଇଁ ଗତ ଦୁଇ ବର୍ଷ ହେବ ବନ୍ଦ ରହିଥିଲା । ତେବେ ଚଳିତ ବର୍ଷ ଏହି ଉତ୍ସବକୁ ବଡ଼ଧରଣର ଉତ୍ସବ କରିବାକୁ ନିଷ୍ପତ୍ତି ନେଇଥିଲା ସାତସାହି ନୃତ୍ୟୋତ୍ସବ କମିଟି । ଇତିମଧ୍ୟରେ କମିଟି ଜିଲ୍ଲାସ୍ତରୀୟ ଉତ୍ସବର ମାନ୍ୟତା ପାଇସାରିଛି (Cuttack dance festival) । ଏହି ୯ ଦିନ ଧରି ଚାଲିବାକୁ ଥିବା ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି । ୯ ଦିନ ମଧ୍ୟରେ ୬୫ରୁ ଊର୍ଦ୍ଧ୍ବ ବିଭିନ୍ନ ସାଂସ୍କୃତିକ ଦଳ ମୁକ୍ତାକାଶ ମଞ୍ଚରେ ନୃତ୍ୟ ପରିବେଷଣ କରିବାର ବ୍ୟବସ୍ଥା ରହିଛି ।
ଇଟିଭି ଭାରତ, କଟକ