ଓଡିଶା

odisha

ETV Bharat / state

ନୂଆ ରୂପରେ ଏବେ ପୁରୁଣା ‘କଟକ’

ଖୁବଶୀଘ୍ର କଟକବାସୀଙ୍କ ଦୁଃଖ ଦୁର୍ଦ୍ଦଶାର ଦିନ ଦୂର ହେବାକୁ ଯାଉଛି । ନୂଆ ରୂପରେ ସଜେଇ ହେବ ସିଲଭରସିଟି କଟକ ।

ଫଟୋ ସୌଜନ୍ୟ:ସମ୍ବାଦଦାତା,କଟକ

By

Published : Jun 25, 2019, 10:00 PM IST

କଟକ: ନୂଆ ଲୁକରେ ଚମକିବ ସିଲଭରସିଟି । ଖୁବଶୀଘ୍ର ପୂରଣ ହେବ କଟକବାସୀଙ୍କ ଦୀର୍ଘଦିନର ଦାବି । କାହିଁକି ନାଁ ପୂରୁଣା କଟକର ହେବ ନବକଳେବର । ବାଦମବାଡିଠୁ ଆରମ୍ଭ କରି ଲିଙ୍କରୋଡ଼ ପର୍ଯ୍ୟନ୍ତ ସବୁ ଦିଗରେ ହେବ ବିକାଶ । ଜାଇକାଠୁ ଆରମ୍ଭ କରି ଆବର୍ଜନା ସଫେଇ , ଜଳବନ୍ଦୀ ଓ ଟ୍ରାଫିକ ଟେନସନ ସବୁ ହେବ ଦୂର । ସବୁକ୍ଷେତ୍ରରେ ହେବ ବ୍ୟାପକ ଉନ୍ନତି । ଏପଟେ ଏହି ମେଗା ପ୍ରୋଜେକ୍ଟକୁ ଆଖି ଆଗରେ ରଖି କଟକର ପ୍ରମୂଖ ସ୍ଥାନ ବୁଲି ଦେଖିଛନ୍ତି ଜିଲ୍ଲାପାଳ ଓ କମିଶନର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଅନ୍ୟପଟେ ଜିଲାପ୍ରଶାସନର ଏପରି ତତ୍ପରତା ଦେଖି ବେଶ ଖୁସି ସ୍ଥାନୀୟ ଲୋକେ । କାରଣ ଦୀର୍ଘଦିନ ଧରି ତମାମ ଅସୁବିଧାର ସମ୍ମୁଖୀନ ହେଉଥିବା କଟକବାସୀଙ୍କ ମୁହଁରେ ଫୁଟିବ ହସ । ନୂଆ ଜିଲ୍ଲାପାଳଙ୍କ ଏପରି ତତ୍ପରତା ଦେଖି ବେଶ ପ୍ରଭାବିତ ସଭିଏଁ ।

କହିବାକୁ ଗଲେ କଟକରେ ପାଦ ଥାପୁ ଥାପୁ ଆକ୍ସନ ମୁଡ଼ରେ ଜିଲାପାଳ ଓ କମିଶନର । ତେବେ ଦେଖିବାକୁ ବାକି ରହିଲା ଭାଇଚାରାର ସହରର ଚିତ୍ର କେବେ ବଦଳୁଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details