ଓଡିଶା

odisha

By

Published : Oct 2, 2019, 4:20 AM IST

ETV Bharat / state

ଆଠଗଡ: ବନ୍ଧୁକ ମୁନରେ ଦେଢ ଲକ୍ଷ ଲୁଟ

କଟକ ଆଠଗଡରୁ ମୁଣ୍ଡଳୀ ମେଘା ହନୁମାନ ମନ୍ଦିର ନିକଟରେ ଲୁଟ । ଦୁର୍ବୃତ୍ତ ବନ୍ଧୁକ ଦେଖାଇ ପ୍ରାୟ ଦେଢଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କଟକ

କଟକ : ବନ୍ଧୁକ ମୁନରେ ପରିବା ବେପାରୀଙ୍କ ଠାରୁ ଲୁଟ ଅଭିଯୋଗ । କଟକ ଆଠଗଡରୁ ମୁଣ୍ଡଳୀ ଯିବା ରାସ୍ତାର ମେଘା ହନୁମାନ ମନ୍ଦିର ନିକଟରେ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ପ୍ରାୟ ଦେଢଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମର ସନାତନ ପାତ୍ର ନାମକ ଜଣେ ପରିବା ବେପାରୀ ମଙ୍ଗଳବାର ଅପରାହ୍ନ ସମୟରେ ଭିରୁଡାରୁ ମୁଣ୍ଡଳୀ ରାସ୍ତାରେ ଭୁବନେଶ୍ବରକୁ ଆଳୁ, ପିଆଜ ଆଣିବା ପାଇଁ ଯାଉଥିଲେ । ଏହିସମୟରେ ମେଘା ହନୁମାନ ମନ୍ଦିର ନିକଟରେ ଦୁଇଟି ମୋଟର ସାଇକେଲରେ ୪ ଜଣ ଦୁର୍ବୁତ୍ତ ବନ୍ଧୁକ ଦେଖାଇ ସନାତନଙ୍କୁ ମାଡ ମାରିବା ସହ 1 ଲକ୍ଷ ୫୬ ହଜାର ଟଙ୍କା ସମେତ ଦୁଇଟି ମୋବାଇଲ ଲୁଟି ନେଇଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ

ଏନେଇ ଆଠଗଡ ଥାନାରେ ଏନେଇ ଏତଲା ଦିଆଯିବା ପରେ ପୋଲିସ ଏତଲାକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଛି । ତେବେ ଗତ ୪ ଦିନ ତଳେ ମଧୂସୁଦନ ସେତୁ ନିକଟରେ ଏଭଳି ଲୁଟ ଘଟଣାରେ ଜଣଙ୍କର ପ୍ରାଣ ଯାଇଥିବା ବେଳେ ମଙ୍ଗଳବାର ପୁଣି ଲୁଟ ଘଟଣାକୁ ନେଇ ସ୍ଥାନୀୟ ଲାକଙ୍କର ଚିନ୍ତା ବଢ଼ି ଯାଇଛି।

ଆଠଗଡ ଥାନା ଅଧିକାରୀଙ୍କ ୧୫ ଦିନ ହେବ ଟାଙ୍ଗୀ ଥାନାକୁ ବଦଳି ହୋଇଥିବା ବେଳେ ଏଯାଏଁ ଥାନା ଅଧିକାରୀ ନଥିବାରୁ ଏଭଳି ଘଟଣା ଘଟୁଛି। ତୁରନ୍ତ ଆଠଗଡ ଥାନାକୁ ନୂତନ ଥାନା ଅଧିକାରୀ ନିଯୁକ୍ତି ପାଇଁ ସାଧାଣରେ ଦାବୀ ହୋଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details