ଓଡିଶା

odisha

ETV Bharat / state

ମଣ୍ଡପ ବୁଲି ମା’ଙ୍କ ଆଶୀର୍ବାଦ କାମନା କଲେ ରାଜନେତା

କଟକ ସହରରେ ଚାଲିଛି ମହାମାୟାଙ୍କ ପୂଜା । ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଦୂର୍ଗତୀ ନାଶିନୀ ମା’ ଦୂର୍ଗା । ଏପଟେ ମଣ୍ଡପ ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରୁଛନ୍ତି ନେତା ଓ ବିଧାୟକ ।

By

Published : Oct 7, 2019, 9:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଚାଲିଛି ପାର୍ବଣ । ମା’ ଜଗତ ଜନନୀଙ୍କ ପୂଜାରେ ପ୍ରକମ୍ପିତ ପରିବେଶ । ସବୁଠି ଉତ୍ସବର ମାହୋଲ । ତେବେ ପାର୍ବଣ ସମୟରେ କଟକ ଦଶହରା ଟିକେ ନିଆରା । ଏଠି ସମସ୍ତ ସମ୍ପ୍ରଦାୟ ସବୁ ପର୍ବପର୍ବାଣୀକୁ ମିଳିତ ଭାବେ ପାଳନ କରନ୍ତି । ଏପରିକି ଦଳ ମତ ନିର୍ବିଶେଷରେ ସମସ୍ତ ମିଳି ମିଶି ମା’ଙ୍କୁ ପୂଜା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଆଜି ମହାମାୟାଙ୍କ ମହାନବମୀ ଉପଲକ୍ଷେ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଦର୍ଶନ କରିଛନ୍ତି ବିଭିନ୍ନ ଦଳର ବିଧାୟକ, ପୂର୍ବତନ ବିଧାୟକ ଓ କର୍ମୀ । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଆଜି କଟକର ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ କହିଛନ୍ତି ସମସ୍ତ ମଣ୍ଡପ ଯାଇ ମା’ଙ୍କ ଦର୍ଶନ କରିବା ଦ୍ବାରା ଭାଇଚାରା ଆହୁରି ସୁଦୃଢ ହୋଇଥାଏ ।

ସେହିପରି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ କହିଛନ୍ତି ଦଳ ପକ୍ଷରୁ ସମସ୍ତେ ଦର୍ଶନ କରୁଛୁ । ମା’ଙ୍କ ଆଶୀର୍ବାଦରୁ ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ଆଗକୁ ମଧ୍ୟ ଚାଲିବ ବୋଲି କହିଛନ୍ତି ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details