କଟକ:ଆସୁଛି ପାର୍ବଣ ଋତୁ । ପୁଣି ଚଳଚଞ୍ଚଳ ହୋଇଉଠିବ ସିଲଭର ସିଟି କଟକ । ସୁଉଚ୍ଚ ତୋରଣ, ଆକଷର୍ଣୀୟ ମେଢ ଓ ପୂଜା ମଣ୍ଡପରେ ଝଲସି ଉଠିବ ସହର । ତେବେ ଏ ନେଇ ମାସକ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଦୁର୍ଗାପୂଜା ପୂର୍ବରୁ ଆଜି ବସିଲା କଟକ ପୂର୍ବାଞ୍ଚଳ ଶାନ୍ତି କମିଟିର ଦୁର୍ଗାପୂଜା ଓ ଭସାଣି ଉତ୍ସବର ପ୍ରସ୍ତୁତି ସଭା । ଶାନ୍ତି ଶୃଙ୍ଖଳା ସହ ପୂଜା ସମ୍ପାଦନ କରିବା ପାଇଁ ଆଲୋଚନା କରାଯାଇଛି ।
ବିଶେଷ କରି ପୂଜା ପୂର୍ବରୁ ରାସ୍ତାଘାଟ କିପରି ମରାମତି କରାଯିବ ସେ ଦିଗରେ ଧ୍ୟାନ ଦିଆଯିବ ବୋଲି କହିଲେ କଟକ ମେୟର ସୁବାସ ସିଂ । ଚଳିତ ପାର୍ବଣ ସମୟରେ କୌଣସି ପ୍ରକାରର ଜବରଦସ୍ତ ଚାନ୍ଦା ଆଦାୟ ହେବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଦୁର୍ଗାପୂଜା ପାଇଁ କଟକ ସହର ପୁରା ପ୍ରସ୍ତୁତିରେ ଲାଗି ଯାଇଛି । ଆଉ ମାତ୍ର 15 ଦିନ ପରେ ବିଘ୍ନରାଜ ଗଣେଶଙ୍କ ପୂଜା ଓ ତାହାର ଠିକ 1 ମାସ ପରେ ଜଗତ ଜନନୀ ମା' ଦୁର୍ଗାଙ୍କ ପୂଜା । ଯେହେତୁ କଟକରେ ଦୁର୍ଗାପୂଜାକୁ ବେଶ ଧୁମଧାମରେ ପାଳନ କରାଯାଏ ସେଥିପାଇଁ ଏହାକୁ କିଭଳି ଭାବରେ ସୁରୁଖୁରୁରେ ପାଳନ କରାଯିବ ସେଥିପାଇଁ କଟକ ପୂର୍ବାଞ୍ଚଳ ଶାନ୍ତି କମିଟିର ଦୁର୍ଗାପୂଜା ଓ ଭସାଣି ଉତ୍ସବର ପ୍ରସ୍ତୁତି ସଭାର ଆୟୋଜନ କରାଯାଇଛି ।
ଏହା ବି ପଢନ୍ତୁ- କଟକରେ ଦୁର୍ଗାପୂଜା ପ୍ରସ୍ତୁତି ଜୋରଦାର, ମୁଖ୍ୟ ଆକର୍ଷଣ ହେବ ଅମରନାଥ ଗୁମ୍ପା ତୋରଣ