ଓଡିଶା

odisha

By

Published : Sep 15, 2020, 7:40 PM IST

Updated : Sep 15, 2020, 9:19 PM IST

ETV Bharat / state

ସଫଳ ହେଲା ପୂଜା କମିଟି ବୈଠକ, ବୁଧବାର କୋର୍ଟଙ୍କୁ ଅବଗତ କରିବେ କଟକ ଡିସିପି

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଟକ ଡିସିପିଙ୍କ ଅଧ୍ୟକ୍ଷତାରେ ଦେବୀ ପୂଜାକୁ ନେଇ ପ୍ରଶାସନ ଓ ପୂଜା କମିଟି ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି ।

Cuttack puja committee and adminstration meeting after Highcourt order
ମୂର୍ତ୍ତି ନିର୍ମାଣ ପ୍ରସଙ୍ଗରେ ପ୍ରଶାସନ କଟକ ପୂଜା କମିଟି ବୈଠକ

କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ସନ୍ଧ୍ୟାରେ ପୂଜା କମିଟିର ବୈଠକ କରାଯାଇଥିଲା । କଟକ ଡ଼ସିପିଙ୍କ ନେତୃତ୍ୱରେ କରାଯାଇଥିବା ଏହି ବୈଠକରେ ମୂର୍ତ୍ତି ନିର୍ମାଣ ଓ ମଣ୍ଡପ ଆବଦ୍ଧକୁ ନେଇ ଆଲୋଚନା କରାଯାଇଥିଲା । ତେବେ ଏହି ବୈଠକ ସକାରାତ୍ମକ ହୋଇଥିବା କଟକ ମହାନଗର ଶାନ୍ତି କମିଟିର ସମ୍ପାଦକ କହିଛନ୍ତି । ଏହି ବୈଠକରେ ଯାହା ନିଷ୍ପତ୍ତି ନିଆଯାଇଛି ଆସନ୍ତାକାଲି କୋର୍ଟକୁ ଅବଗତ କରିବେ କଟକ ଡିସିପି ।

ମୂର୍ତ୍ତି ନିର୍ମାଣ ପ୍ରସଙ୍ଗ: ପ୍ରଶାସନ-କଟକ ପୂଜା କମିଟି ବୈଠକ ଶେଷ

ସୂଚନାଯୋଗ୍ୟ ଦଶହରାକୁ ନେଇ ରାଜ୍ୟ ସରକାର କରିଥିବା ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରି ପୂଜା କମିଟି ମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ମାମଲାର ସମାଧାନ ପାଇଁ ଏକ ବୈଠକ ଆୟୋଜନ କରିବାପାଇଁ କୋର୍ଟ କଟକ ଡ଼ସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପାର୍ବଣରେ ମୂର୍ତ୍ତି ନିର୍ମାଣକୁ ନେଇ ବୈଠକରେ ଆଲୋଚନା ହୋଇଛି ।

ମୂର୍ତ୍ତି ନିର୍ମାଣ ପ୍ରସଙ୍ଗରେ ପ୍ରଶାସନ କଟକ ପୂଜା କମିଟି ବୈଠକ

ବୈଠକରେ ସହମତି ହୋଇଥିବା ଫଳାଫଳ ଆସନ୍ତା ବୁଧବାର ହାଇକୋର୍ଟରେ ଉପସ୍ଥାପନ ହେବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Sep 15, 2020, 9:19 PM IST

ABOUT THE AUTHOR

...view details