ଓଡିଶା

odisha

By

Published : Feb 20, 2023, 10:25 PM IST

ETV Bharat / state

ପୋଲିସ ଯନ୍ତାରେ ଭଣ୍ଡବାବା, ନିଃସନ୍ତାନ ମହିଳାଙ୍କୁ କରୁଥିଲା ଟାର୍ଗେଟ୍, ଲୁଟୁଥିଲା ଲକ୍ଷାଧିକ ଟଙ୍କା

ନିଃସନ୍ତାନ ମହିଳା ଙ୍କୁ ସନ୍ତାନ କରାଇ ଦେବା କହି ଲକ୍ଷାଧିକ  ଟଙ୍କା ଲୁଟ କରୁଥିଲା ଭଣ୍ଡ ବାବା। ଅଭିଯୋଗ ହେବାପରେ ଗିରଫ କରି କୋର୍ଟ ଚାଲାଣ କରିଛି ବଦାମବାଡ଼ି ଥାନା ପୋଲିସ। ଅଧିକ ପଢ଼ନ୍ତୁ

ନିଃସନ୍ତାନ ମହିଳାଙ୍କ ଠାରୁ ଠକୁଥିଲା ଲକ୍ଷାଧିକ ଟଙ୍କା
ନିଃସନ୍ତାନ ମହିଳାଙ୍କ ଠାରୁ ଠକୁଥିଲା ଲକ୍ଷାଧିକ ଟଙ୍କା

କଟକ: ଆପଣଙ୍କର ସନ୍ତାନ ହେଉ ନାହିଁ କି । ଚିନ୍ତା କରନ୍ତୁ ନାହିଁ । ମୁଁ ଏମିତି ମନ୍ତ୍ର କରିବି ଆପଣଙ୍କ ର ଶତ ପ୍ରତିଶତ ପିଲା ହେବ । ଏଭଳି ଭଣ୍ଡାଇ ଲକ୍ଷାଧିକ ଟଙ୍କା ଲୁଟୁଥିଲା ଯାଜପୁର ର ଜଣେ ଯୁବକ । ନିଜକୁ ବାବା ପରିଚୟ ଦେଇ ଅନେକ ଲୋକଙ୍କ ଠାରୁ କଳାକନା ବୁଲାଉଥିଲା ଭଣ୍ଡବାବା । ତେବେ କଟକର ଜଣେ ବ୍ୟକ୍ତିଙ୍କୁ ଏପରି କହି ଲକ୍ଷାଧିକ ଟଙ୍କା ଚଳୁ କାରିବା ପରେ ବ୍ୟକ୍ତି ଜଣକ ଥାନା ର ଦ୍ବାରସ୍ଥ ହୋଇଥିଲେ । ତେବେ ଏହି ଅଭିଯୋଗରେ ସମ୍ପୃକ୍ତ ଭଣ୍ଡାବାବା ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।


ସ୍ଥାନୀୟ ଏସିପି ଅମରେନ୍ଦ୍ର ପଣ୍ଡା ଙ୍କ ସୂଚନା ମୁତାବକ ଉକ୍ତ ବ୍ୟକ୍ତି ଜଣକ ନିଜକୁ ଜଣେ ସିଦ୍ଧ ପୁରୁଷ ବୋଲି ପରିଚୟ ଦେଉଥିଲା ସିଦ୍ଧାର୍ଥ। ସେ ପୂଜା ପାଠ ମାଧ୍ୟମ ରେ ନିଃସନ୍ତାନ ମହିକା ଙ୍କ ସନ୍ତାନ କରାଏ ବୋଲି ଦାବି କରୁଥିଲା । ଏହି ଭଳି କହି କଟକ ବାଦାମବାଡ଼ି ଝାଞ୍ଜିରମଙ୍ଗଳା ଅଞ୍ଚଳର ବାସିନ୍ଦା ସଂଗ୍ରାମ ଦାସ ଓ ତାଙ୍କ ପତ୍ନୀଙ୍କୁ ଠକେଇ କରିଥିଲା। ପୂଜା ପାଠ ଏବଂ ଆୟୁର୍ବେଦିକ ଔଷଧ ବାବଦରେ ଉକ୍ତ ଦମ୍ପତିଙ୍କ ଠାରୁ ବିଭିନ୍ନ ପର୍ଯ୍ୟାୟରେ 3 ଲକ୍ଷ 90 ହଜାର ଟଙ୍କା ଠକେଇ କରିଥିଲା ।

ଏନେଇ ସଂଗ୍ରାମ ବାଦାମବାଡ଼ି ଥାନାରେ ଅଭିଯୋଗ କରିବା ପରେ ପୋଲିସ ସିଦ୍ଧାର୍ଥକୁ ଗିରଫ କରିଛି। ସବୁଠାରୁ ବଡ଼ କଥା ହେଉଛି ସିଦ୍ଧାର୍ଥ ଜଣେ ଅଭ୍ୟାସଗତ ଠକ। ଏଭଳି ଅଭିଯୋଗ ତା ନାଁରେ ପୂର୍ବରୁ ଅନେକ ଥାନାରେ ରହିଛି। ଏବଂ ବିଭିନ୍ନ ଆଳ ଦେଖାଇ ନିରୀହ ଲୋକଙ୍କୁ ଠକେଇ କରିଥିବା ଜଣା ପଡିଛି।ଏପରିକି ସିଦ୍ଧାର୍ଥ ନାଁରେ ଚନ୍ଦ୍ରଶେଖର ପୁର ଥାନାରେ ମଧ ଏକ ମାମଲା ଥିବା ଜଣା ପଡିଛି।

ତେବେ ଉକ୍ତ ଯୁବକଙ୍କ ନିକଟରୁ ଏକ ପିତ୍ତଳ ମୃତ୍ତି ଜବତ କରିଛି ପୋଲିସ। ଉକ୍ତ ମୃର୍ତ୍ତି କୁ ସେ ପୂଜା କରି ସମସ୍ତ ଙ୍କୁ ବିଶ୍ୱାସ ଜିଣିବାକୁ ଚେଷ୍ଟା କରେ। ବିଶେଷ କରି ପୂଜା ପାଠ କରିବା ଆଳରେ ବି ସେ ଟଙ୍କା ଲୁଟି ନେଇଥାଏ। ପୋଲିସ କୁ ଚକମା ଦେବା ପାଇଁ ସେ ବିଭିନ୍ନ ସ୍ଥାନ ବୁଲିବୁଲି ଏପରି କରିଥାଏ । ସେ ରାଜ୍ୟର ବିଭିନ୍ନ ଜିଲ୍ଲା ଯାଇ ପ୍ରଥମେ ଲୋକଙ୍କ ନିକଟରେ ବିଶ୍ୱାସ ଜମାଇ ଥାଏ । ସେ ବ୍ରାହ୍ମଣ ହୋଇନଥିଲେ ବି ଲୋକଙ୍କୁ ସେ ବ୍ରାହ୍ମଣ ବୋଲି ପରିଚୟ ଦେଇଥାଏ। ତେବେ ଲୋକମାନେ ବି ଏପରି କଥା ଉପରେ ବିଶ୍ୱାସ କରିବା ଅନୁଚିତ।କାରଣ ଏସବୁ ବିଶ୍ୱାସ କରିଲେ କୌଣସି ସମସ୍ୟାର ସମାଧାନ ହୋଇପାରେ ନାହିଁ।


ଇଟିଭି ଭାରତ, କଟକ

ABOUT THE AUTHOR

...view details