କଟକ: ମାହାଙ୍ଗା ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲା ପ୍ରମୋଦ ବାରିକ । ଏହି ମାମଲାରେ ଦୋଷୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା କରାଯାଇଛି । ଜୋରିମାନା ଅନାଦେୟ ହେଲେ ଆଉ ଏକ ବର୍ଷ ଜେଲଦଣ୍ଡରେ ଦଣ୍ଡିତ ହେବ ଦୋଷୀ । ଏହି ଦଣ୍ଡାଦେଶ ଶୁଣାଇଛନ୍ତି କଟକ ପକ୍ସୋ ଅଦାଲତ ।
୨୦୧୭ ମସିହା ଏପ୍ରିଲ ୧୧ ତାରିଖରେ ମାହାଙ୍ଗା ଥାନା ଅଞ୍ଚଳରେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲା ପ୍ରମୋଦ ବାରିକ । ମାହାଙ୍ଗା ଥାନା ଅଞ୍ଚଳରେ ମେଳଣ ଚାଲିଥିବାବେଳେ ଅଭିଯୁକ୍ତ ଜଣକ ନାବାଳିକାକୁ ଉଠାଇ ନେଇ ଏକ ମଶାଣିରେ ଦୁଷ୍କର୍ମ କରିଥିଲା । ଏହାକୁ ନେଇ ନାବାଳିକା ଜଣକ ନିଜ ପରିବାରରେ ଜଣାଇବାରେ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ ।