ଓଡିଶା

odisha

ETV Bharat / state

ଓ୍ୱେବସାଇଟ୍ ଓ ବାଲିଯାତ୍ରା ହୋର୍ଡିଂରେ ଲେଖିଲେ ନିଆଳୀ ମେଣ୍ଢାକ୍ଷେତ୍ର ! ପ୍ରତିବାଦରେ ଗର୍ଜିଲେ ଅଞ୍ଚଳବାସୀ - ନିଆଳି ମେଣ୍ଢା କ୍ଷେତ୍ର ପ୍ରତିବାଦ

ନିଆଳୀ ’ମେଣ୍ଢାକ୍ଷେତ୍ର’କୁ ନେଇ ପ୍ରତିବାଦ ।‌ ଓ୍ୱେବସାଇଟ୍ ଏବଂ ବାଲିଯାତ୍ରାରେ ହୋର୍ଡିଂକୁ ନେଇ ଜୋର ଧରିଲା ପ୍ରତିବାଦ । ଅଧିକ ପଢନ୍ତୁ

ବାଲିଯାତ୍ରା ହୋଡିଂରେ ନିଆଳି ମେଣ୍ଢା କ୍ଷେତ୍ରକୁ ନେଇ ପ୍ରତିବାଦ, ଦାବି ପତ୍ର ପ୍ରଦାନ କଲେ ନୀଆଳି ବାସୀ
ବାଲିଯାତ୍ରା ହୋଡିଂରେ ନିଆଳି ମେଣ୍ଢା କ୍ଷେତ୍ରକୁ ନେଇ ପ୍ରତିବାଦ, ଦାବି ପତ୍ର ପ୍ରଦାନ କଲେ ନୀଆଳି ବାସୀ

By

Published : Nov 18, 2022, 8:50 PM IST

କଟକ : ଐତିହାସିକ ବାଲିଯାତ୍ରାରେ ନିଆଳୀକୁ ଅପମାନ । ନିଆଳୀ ‘ମେଣ୍ଢାକ୍ଷେତ୍ର’କୁ ନେଇ ଜୋର ଧରିଲା ପ୍ରତିବାଦ । ଓ୍ୱେବସାଇଟ୍ ଏବଂ ବାଲିଯାତ୍ରାରେ ହୋର୍ଡିଂରେ ନିଆଳୀକୁ ମେଣ୍ଢାକ୍ଷେତ୍ର ବୋଲି ଦର୍ଶାଇଯାଇଛି । ଏହାକୁ ନେଇ କଟକ ଜିଲ୍ଲା ନିଆଳୀ ଅଞ୍ଚଳରେ ପ୍ରତିବାଦର ସ୍ବର ଉଠିଛି । ଏହା ସହିତ ଏକ ଦାବି ପତ୍ର ଜିଲ୍ଲାପାଳ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ନିଆଳୀ ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି ।

ବାଲିଯାତ୍ରା ସରକାରୀ ହୋର୍ଡିଂରେ ଲେଖିଲେ ନିଆଳୀ ମେଣ୍ଢାକ୍ଷେତ୍ର

ଗତକାଲି ଶେଷ ହୋଇଛି ଐତିହାସିକ ବାଲିଯାତ୍ରା । ହେଲେ ବାଲିଯାତ୍ରାରେ କଟକ ଇନ କଟକ୍ ହୋଡିଂରେ ନିଆଳୀ ବାବଦରେ ବିବାଦୀୟ ଲେଖା ଲେଖାଯାଇଥିବାରୁ ପ୍ରତିବାଦ ସ୍ବର ଉଠିଛି । ଓ୍ୱେବସାଇଟ୍ ଏବଂ ବାଲିଯାତ୍ରାରେ ଏକ ହୋର୍ଡିଂରେ ନିଆଳୀକୁ ‘ମେଣ୍ଢାକ୍ଷେତ୍ର’ ବର୍ଣ୍ଣନା କରିବା ଘଟଣାକୁ ଅଞ୍ଚଳବାସୀ ଦୃଢ ବିରୋଧ କରିଛନ୍ତି । କାହା ଅନୁମତିରେ ଓ୍ୱେବସାଇଟ୍ ନିଆଳୀକୁ ’ମେଣ୍ଢାକ୍ଷେତ୍ର’ ବୋଲି ଦର୍ଶାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ।

ବାଲିଯାତ୍ରା ସରକାରୀ ହୋର୍ଡିଂରେ ଲେଖିଲେ ନିଆଳୀ ମେଣ୍ଢାକ୍ଷେତ୍ର

ଏବାବଦରେ ନିଆଳୀର ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, "ଲୋକମାନେ ନୀଜ ଜୀବନ ଜୀବିକା ପାଇଁ ଘରେ ଗୃହ ପାଳିତ ପଶୁ ପାଳିଥାନ୍ତି । ଏନେଇ କିଛି ଲୋକ ମେଣ୍ଢା ପାଳିଛନ୍ତି । ହେଲେ ଐତିହାସିକ ବାଲିଯାତ୍ରାରେ ନିଆଳୀକୁ ଏକ ମେଣ୍ଢାକ୍ଷେତ୍ର ବୋଲି ଦର୍ଶାଯାଇଛି । ନିଆଳୀକୁ ନେଇ ଏଭଳି ଅପମାନଜନକ ବୟାନକୁ ନେଇ ଅଞ୍ଚଳବାସୀ ଅତ୍ୟନ୍ତ ଦୁଃଖିତ ।"

ବାଲିଯାତ୍ରା ସରକାରୀ ହୋର୍ଡିଂରେ ଲେଖିଲେ ନିଆଳୀ ମେଣ୍ଢାକ୍ଷେତ୍ର

ତେବେ ବାଲିଯାତ୍ରା ହୋର୍ଡିଂରେ ଏପରି ଲେଖା ଲେଖିଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରୁଛୁ ବୋଲି ପ୍ରତିବାଦକାରୀ କହିଛନ୍ତି । ଏହା ସହିତ ଗୁଗଲରେ ମଧ୍ୟ ନିଆଳୀକୁ ମେଣ୍ଢାକ୍ଷେତ୍ର ବୋଲି ଦର୍ଶାଯାଇଥିବା ଦେଖାଯାଇଛି । ତେବେ କାହା ଅନୁମତିରେ ଏସବୁ ହେଉଛି ତାହାର ତଦନ୍ତ କରାଯାଉ । ଗୁଗଲରେ ଏଭଳି ତଥ୍ୟ ପାଇଁ ନିଆଳୀ ବାସୀ ଅପମାନିତ ହୋଇଛନ୍ତି । ଅଞ୍ଚଳବାସୀ ମେଣ୍ଢା ରଖିଥିଲେ ଜୀବିକା ନିର୍ବାହ କରିବା ପାଇଁ ହେଲେ ଏହାକୁ ନେଇ ଆମ କ୍ଷେତ୍ରକୁ ବଦନାମ କରାଯାଉଛି ବୋଲି ପ୍ରତିବାଦ ଉଠିଛି । ଏହା ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି । ତେବେ ଏନଇ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ବାଲିଯାତ୍ରା ସରକାରୀ ହୋର୍ଡିଂରେ ଲେଖିଲେ ନିଆଳୀ ମେଣ୍ଢାକ୍ଷେତ୍ର

ଇଟିଭି ଭାରତ, କଟକ

ABOUT THE AUTHOR

...view details