କଟକ:ନେମାଳ ଲୁଟ ଓ ମର୍ଡର ଘଟଣାରେ ତଦନ୍ତ ଆରମ୍ଭ କରିଛି ସାଇଣ୍ଟିଫିକ୍ ଟିମ । କିଏ ଓ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଭିଆଇଛି ତାହା ତଦନ୍ତ ପରେ ଜଣା ପଡିବ ବୋଲି କହିଛନ୍ତି କଟକ ଗ୍ରାମାଞ୍ଚଳ ଏସ୍ପି ଯୁଗୋଳ କିଶୋର ।
ନେମାଳ ଲୁଟ ଓ ମର୍ଡର ଘଟଣା ଉପରୁ ଖୁବ ଶୀଘ୍ର ଉଠିବ ପରଦା । ଏନେଇ ସାଇଣ୍ଟିଫିକ୍ ଟିମ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କଟକ ନେମାଳ ଲେଣ୍ଡର ଭଗବାନପୁର ଗ୍ରାମରେ ଡକାୟତି ହୋଇଛି । ଡକାୟତି ସମୟରେ ପ୍ରତିବାଦ କରିବାରୁ ଦୁବୃର୍ତ୍ତମାନେ ଗୃହକର୍ତ୍ତା ହୃଷିକେଶଙ୍କୁ ହତ୍ୟା କରିବା ସହ ତାଙ୍କ ପତ୍ନୀ କନକଲତା ମୁଦୁଲିଙ୍କୁ ମଧ୍ୟ ଗୁରୁତର ଭାବେ ଆକ୍ରମଣ କରିଥିଲେ । ତେବେ ଡକାୟତି ସମୟରେ ହୃଷିକେଶଙ୍କ ପାଖରେ ରହି ଆସୁ ଥିବା ତାଙ୍କର ଦୁଇ ଜଣ ସମ୍ପର୍କୀୟ ନାତିମାନଙ୍କୁ ଦୁବୃର୍ତ୍ତମାନେ ଆଉ ଏକ ଘରେ ବନ୍ଦ କରି ଦେଇଥିଲେ । ଏହା ପରେ ଆଲମିରା ଖୋଲି ଟଙ୍କା ଓ ଅଳଙ୍କାର ଲୁଟି ନେଇଥିଲେ ଦୁବୃର୍ତ୍ତ । ଏହା ସହିତ ସେମାନେ ଘରେ ନିଆଁ ଲଗାଇ ଦେଇ ଫେରାର ହୋଇ ଯାଇଥିଲେ ।