ଓଡିଶା

odisha

ETV Bharat / state

Vigilance Raid: ଧରାପଡ଼ିଲେ ନରସିଂହପୁର ଥାନା ଅଧିକାରୀ - ଭିଜିଲାନ୍ସ ପଞ୍ଝାରେ କଟକ ନରସିଂପୁର ଥାନା ଅଧିକାରୀ

ଭିଜିଲାନ୍ସ ପଞ୍ଝାରେ କଟକ ନରସିଂପୁର ଥାନା ଅଧିକାରୀ । ଲାଞ୍ଚ ନେଉଥିବା ସମୟରେ କାବୁ କଲା ଟିମ । ଅଧିକ ପଢନ୍ତୁ

Vigilance Raid: ଧରାପଡ଼ିଲେ ନରସିଂହପୁର ଥାନା ଅଧିକାରୀ
Vigilance Raid: ଧରାପଡ଼ିଲେ ନରସିଂହପୁର ଥାନା ଅଧିକାରୀ

By

Published : Feb 7, 2022, 12:26 PM IST

କଟକ: ଭିଜିଲାନ୍ସ ଜାଲରେ ନରସିଂପୁର ଥାନା ଅଧିକାରୀ । 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏହାପରେ ଭିଜିଲାନ୍ସ ଟିମ ତାଙ୍କ ସରକାରୀ ବାସଭବନ ସମେତ ପୈତୃକ ଘରେ ଚଢାଉ କରିଥିବା ସୂଚନା ମିଳିଛି ।

ଲାଞ୍ଚ ନେଉଥିବା ଥାନା ଅଧିକାରୀ ହେଉଛନ୍ତି ରମେଶ ଗରେଡ଼ିଆ । ସେ ଲାଞ୍ଚ ନେଉଥିବା ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି । ଭିଜିଲାନ୍ସ ପକ୍ଷରୁ ଦୁଇଟି ସ୍ଥାନ ନରସିଂପୁର ସ୍ଥିତ ସରକାରୀ ବାସଭବନ ଓ ସମ୍ବଲପୁର ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ଟିମ ପହଞ୍ଚି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ତେବେ ସେ କେଉଁ କାର୍ଯ୍ୟ ପାଇଁ ଲାଞ୍ଚ ନେଉଥିଲେ ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ପୂର୍ବ ସୂଚନା ମୁତାବକ ଭିଜିଲାନ୍ସ ଟିମ ପହଞ୍ଚି ତାଙ୍କୁ ଲାଞ୍ଚ ନେଉଥିବା ସମୟରେ କାବୁ କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details