କଟକ:ବଢୁଛିସମ୍ଭାବ୍ୟ ବାତ୍ୟା ସିତ୍ରଙ୍ଗ ବିପଦ । ଏହାର ମୁକାବିଲା ପାଇଁ ସବୁ ବିଭାଗ ପ୍ରସ୍ତୁତି ଜୋରଦାର କରିଛନ୍ତି । ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ରହିଛି ସିଏମସି । ସବୁ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ମୁକାବିଲା ପାଇଁ ସବୁ ଦିଗରେ ହାଇ ଆଲର୍ଟ ଜାରି କରାଯାଇଥିବା କହିଛନ୍ତି ସିଏମସି ମେୟର ସୁବାସ ସିଂ ।
ବିଶେଷକରି ଯଦି ବାତ୍ୟା ହୁଏ, ତେବେ ସେହି ସମୟରେ କଟକରେ ପ୍ରବଳ ବର୍ଷା କାରଣରୁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବ । ତେବେ ଏହାକୁ ନଜରରେ ରଖି କଟକର ମୁଖ୍ୟ ଜଳ ପ୍ରବାହ ସେଣ୍ଟର ଉପରେ ନଜର ରଖାଯାଇଛି । ଏହାଛଡା ତଳିଆ ଅଞ୍ଚଳ ଯେପରି ଜଳବନ୍ଦୀ ନହେବ ସେଥିପାଇଁ ଭଲବୋ ମଟର ପ୍ରସ୍ତୁତ ରହିଛି । ବର୍ଷା ଆରମ୍ଭ ହେବା ପୂର୍ବରୁ ସବୁ ତଳିଆ ଅଞ୍ଚଳମାନଙ୍କରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି କହିଛନ୍ତି ମେୟର । ଏହାସହ ଅଗ୍ନିଶମ ବିଭାଗ , ବିଦ୍ୟୁତ ବିଭାଗ ସହ ମଧ୍ୟ ଯୋଗାଯୋଗ ରହିଛି ।
ମୋଟାମୋଟି ଭବାରେ କହିବାକୁ ଗଲେ ବାତ୍ୟା ପାଇଁ କଟକ ମହାନଗର ନିଗମ ପ୍ରସ୍ତୁତ ରହିଥିବା କହିଛନ୍ତି ମେୟର ସୁବାସ ସିଂ। ବାତ୍ୟା ନେଇ ସରକାରଙ୍କ ପଖରୁ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏଥିରେ ସମସ୍ତ ଗାଇଡଲାଇନକୁ ପାଳନ କରାଯିବ । ବାତ୍ୟା ହେଲେ କଟକରେ ଜଳ ନିଷ୍କାସନ ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ବିଧାୟକ ସୌଭିକ ବିଶ୍ବାଳ ।