ଓଡିଶା

odisha

ETV Bharat / state

ବାଲିଯାତ୍ରା ଅନିୟମିତତାରେ ମେୟରଙ୍କ ସଫେଇ, ସହର ଉନ୍ନତିରେ ବାଧା ଦେଉଛନ୍ତି ମୋକିମ - baliyatra 2023

Corruption in Baliyatra: ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିବାକୁ ଚେଷ୍ଟା କରିଛନ୍ତି ମେୟର ସୁବାସ ସିଂ। ଦୁର୍ନୀତି ହୋଇନଥିବା କହିବା ସହ ବିଧାୟକ ମହମ୍ମଦ ମୋକିମଙ୍କୁ ଟାର୍ଗେଟ୍ କରିଛନ୍ତି । ଅଧିକ ପଢନ୍ତୁ

Corruption in Baliyatra
ବାଲିଯାତ୍ରାରେ ଅନିୟମିତତା

By ETV Bharat Odisha Team

Published : Dec 21, 2023, 4:08 PM IST

ବାଲିଯାତ୍ରାରେ ଅନିୟମିତତା

କଟକ:ବାଲିଯାତ୍ରାରେ ଅନିୟମିତତା ମାମଲାରେ ସଫେଇ କଟକ ମେୟର । ଆଜି ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିବାକୁ ଚେଷ୍ଟା କରିଛନ୍ତି ମେୟର ସୁବାସ ସିଂ। ଏକ ସାମ୍ବାଦିକ ସମ୍ମିଳନୀରେ ଦୁର୍ନୀତି ହୋଇନଥିବା କଥା କହି ସ୍ୱଚ୍ଛତାର ବାର୍ତ୍ତା ଦେଇଛନ୍ତି। ମାତ୍ର କେଉଁ କାର୍ଯ୍ୟକୁ କେତେ ଟଙ୍କା ଖର୍ଚ୍ଚ କରାଯାଇଛି ସେନେଇ କୌଣସି ସ୍ପଷ୍ଟ ଉତ୍ତର ଦେଇନାହାନ୍ତି ମେୟର । ବାଲିଯାତ୍ରାରେ ୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କଥା ମେୟର କହିଥିବାବେଳେ ଏହାର ତଦନ୍ତ ସରିଲେ ସମସ୍ତ କଥା ସ୍ପଷ୍ଟ ହେବ ।

ମାତ୍ର ଗେଟ ଖର୍ଚ୍ଚ ୩୪ ଲକ୍ଷ ଟଙ୍କାର ଯେଉଁ ବ୍ୟୟ ବରାଦ ହୋଇଥିବା ଅଭିଯୋଗ ହୋଇଛି, ତାହା ଭିତ୍ତିହୀନ ବୋଲି ମେୟର କହିଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି କାହିଁକି ଗେଟ ପାଇଁ ୩୪ ଲକ୍ଷ ଟଙ୍କାର ଟେଣ୍ଡର କରାଯାଇଥିଲା ? ପରବର୍ତ୍ତୀ ସମୟରେ କାହିଁକି ଏହାର ତଦନ୍ତ ପାଇଁ କମିଟି ଗଠନ କରାଯାଇଥିଲା ? ସେନେଇ କିନ୍ତୁ ମେୟର କୌଣସି ସ୍ପଷ୍ଟ ଉତ୍ତର ରଖି ନାହାନ୍ତି । ତେବେ "ତଥ୍ୟ ନଥାଇ ବିଧାୟକ ମୋକିମ କାହିଁକି ଏପରି ବିବୃତ୍ତି ରଖୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୁବାସ । ସେହିପରି ସହରର ଉନ୍ନତିମୂଳକ କାର୍ଯ୍ୟରେ ମୋକିମ ବାଧା ଦେଉଛନ୍ତି" ବୋଲି ସୁବାସ ଅଭିଯୋଗ କରିଛନ୍ତି ।

ଏହାବି ପଢନ୍ତୁ.....କଳାପାହାଡ଼ କହି ଅଡୁଆରେ ମେୟର, ଶୀଘ୍ର ସିଏମସିରୁ ବିଦା ହୁଅନ୍ତୁ ସୁବାସ: ମୋକିମ


ସୂଚନା ଅନୁସାରେ, ବାଲିଯାତ୍ରାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ତୋରଣ ନିର୍ମାଣରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ବାଲିଯାତ୍ରାର ସ୍ୱାଗତ କରିବା ପାଇଁ ୨ଟି ତୋରଣ କଟକର ଏଣ୍ଟ୍ରି ପାଖରେ ଲଗା ଯାଇଥିଲା । ଯାହାର ମୂଲ୍ୟ ୩୨ ଲକ୍ଷ ଟଙ୍କା । ହେଲେ ଏହା ବାଉଁଶରେ ନିର୍ମିତ ହୋଇଥିବାବେଳେ ଏତେ ଟଙ୍କା କିପରି ଖର୍ଚ୍ଚ ହୋଇଥିଲା ସେନେଇ ପ୍ରଶ୍ନ ଉଠିଥିଲା । ତେବେ ଟେଣ୍ଡରରେ କିପରି ଏହାକୁ ପାସ କରାଗଲା? ଅତିବେଶୀରେ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହେବା କଥା ବୋଲି ଅଭିଯୋଗ ହୋଇଥିଲା । ଏତେ ପରିମାଣର ଟଙ୍କା ଖର୍ଚ୍ଚ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।


ସେହିପରି ୨୦ ହଜାର ଟଙ୍କାର ବାଣ ଫୁଟାଇ ୨୭ ଲକ୍ଷଟଙ୍କାର ବିଲ ହୋଇଥିବା ଅଭିଯୋଗ ହୋଇଛି । ପ୍ରୋଜେକ୍ଟର ଲଗାଇ ୯୨ ଲକ୍ଷ ଟଙ୍କାର ବିଲ ହୋଇଛି । ବାଲିଯାତ୍ରାରେ ଲେଜର ଲାଇଟ ଶୋ' କରାଯାଇଥାଏ। ଗତବର୍ଷ ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶେଷକରି ମହାନଦୀ କୂଳରେ ଏହି ଶୋ' କରାଯାଇଥାଏ। ଚଳିତବର୍ଷ ବାଲିଯାତ୍ରାରେ ମଧ୍ୟ ଶୋ' ପାଇଁ ୯୨ ଲକ୍ଷଟକାର ବିଲ କରାଯାଇଥିଲା । ୩ ଦିନ ଏହି ଶୋ' କରାଯାଇ ପରେ ଏହାକୁ ବନ୍ଦ କରାଯାଇଥିଲା । କିନ୍ତୁ ଏହି ଶୋ' ପ୍ରୋଜେକ୍ଟର ଲଗାଇ କରାଯାଉଥିଲା । ଅଭିଯୋଗ ହେବା ପରେ ଅଧାରୁ ବନ୍ଦ କରାଯାଇଥିଲା । ତେବେ କେବଳ ପ୍ରୋଜେକ୍ଟର ଲଗାଇ ଏତେ ଟଙ୍କା କିପରି ଖର୍ଚ୍ଚ ହେବ ? ବୋଲି ଅଭିଯୋଗ ହେବା ପରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details