କଟକ: ଜାରି ରହିଛି ପାର୍ବଣ ଋତୁ । ଧରାଧାମକୁ ଓହ୍ଲାଇ ଆସିବେ ମା' କାଳୀ । ମହାମାରୀ କୋରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ହେବ କାଳୀ ପୂଜା ଫିକା ପଡିଥିବାବେଳେ ଚଳିତ ବର୍ଷ ଧୁମଧାମରେ ପୂଜା ପାଳିବେ ରାଜ୍ୟବାସୀ । ଅଧର୍ମ ଉପରେ ଧର୍ମର ଜୟ ଏବଂ ଅନ୍ଧାର ଉପରେ ଆଲୋକର ପର୍ବ ଦୀପାବଳି ସମେତ ମା’ କାଳୀଙ୍କ ପୂଜା ପାଇଁ ସଜେଇ ହେଲାଣି କଟକ ସହର ।
ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଏହି ଅବସରରେ କାଳୀ ପୂଜାକୁ ନେଇ ଚଳଚଞ୍ଚଳ ସହର । ବିଭିନ୍ନ ମଣ୍ଡପରେ ଏନେଇ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଆସନ୍ତାକାଲି ମଧ୍ୟ ରାତିରେ ମା' କାଳୀଙ୍କ ପୂଜା କରାଯିବ । ଆଉ ପୂଜା ସରିବା ପରେ ମା'ଙ୍କ ବିସର୍ଜନ କରାଯିବ । ଏହାପରେ ଦୁଇ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ମଣ୍ଡପରେ ଅନୁଷ୍ଠିତ ହେବ । କୋରୋନା ପାଇଁ କଟକରେ ଯାକଜକମରେ ହୋଇ ପାରିନଥିଲା କାଳୀପୂଜା ।