ଓଡିଶା

odisha

ETV Bharat / state

ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଇ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡ

କଟକର ଜଣେ ୯ ବର୍ଷ ର ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି କୋର୍ଟ। ଦୁଇ ଅଭିଯୁକ୍ତ ବ୍ରଜ କିଶୋର ଶତପଥି ଓ ନିମାଇଁ ମଣ୍ଡଳ କୁ 20ବର୍ଷ ଜେଲଦଣ୍ଡ । ଅଧିକ ପଢନ୍ତୁ

ନାବାଳିକାକୁ ଦୁଷ୍କର୍ମ ମାମଲା
ନାବାଳିକାକୁ ଦୁଷ୍କର୍ମ ମାମଲା

By

Published : Jan 28, 2023, 8:38 PM IST

ନାବାଳିକାକୁ ଦୁଷ୍କର୍ମ ମାମଲା

କଟକ :ନାବାଳିକା ଦୁଷ୍କର୍ମ ମାମଲାରେ କଟକ ଫାଷ୍ଟ୍ରାକ ପକ୍ସୋ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । କଟକର ଜଣେ ୯ ବର୍ଷ ର ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି କୋର୍ଟ । ଦୁଇ ଅଭିଯୁକ୍ତ ବ୍ରଜ କିଶୋର ଶତପଥି ଓ ନିମାଇଁ ମଣ୍ଡଳ କୁ 20ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏହା ସହ ଅଭିଯୁକ୍ତଙ୍କୁ 20ହଜାର ଜୋରିମାନାରେ ଦଣ୍ଡିତ କରାଯାଇଛି। ଜୋରିମାନା ଦେଇ ନ ପାରିଲେ ଅଧିକ 6 ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ କୋର୍ଟ ସ୍ପଷ୍ଟ କରିଛନ୍ତି। ସେହିପରି ପୀଡିତା ଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରୁ 5ଲକ୍ଷ କ୍ଷତି ପୂରଣ ପାଇଁ ବି ନିର୍ଦେଶ ଦିଆଯାଇଛି।

ତେବେ ମାମଲାର ବିବରଣୀରୁ ପ୍ରକାଶ, ୨୦୧୯ ମସିହାରେ ଚାଉଳିଆଗଞ୍ଜ ଥାନା ଅଂଚଳରେ ଏହି ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ସ୍ଥାନୀୟ ଜଣେ ପାନ ଦୋକାନୀ ଓ ଜଣେ ପୂଜକ ଭାବେ ଏହି ନାବାଳିକାକୁ ଦୁଷ୍କର୍ମ କରିଥିଲେ। ଏ ନେଇ ପୀଡ଼ିତା ନାବାଳିକା ମାଆ କଟକ ମହିଳା ଥାନାରେ ଏତଲା ଦେଇଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରି ୧୮ ଜଣ ସାକ୍ଷୀ ଓ ୩୬ ଟି ଡକ୍ୟୁମେଣ୍ଟ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ବୋଲି ସ୍ପେଶାଲ ପବ୍ଲିକ ପ୍ରୋସେକ୍ୟୁଟର ବିଶ୍ଵଜିତ ରାୟ ସୂଚନା ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ-ସାଂସଦଙ୍କୁ ନବୀନଙ୍କ ମନ୍ତ୍ର, ସଂସଦରେ ଜୋରଦାର ଉଠାଅ ରାଜ୍ୟ ସ୍ଵାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗ

ଆହୁରି ମଧ୍ୟ କହିଛନ୍ତି ପବ୍ଲିକ ପ୍ରୋସେକ୍ୟୁଟର ବିଶ୍ଵଜିତ ରାୟ, 2019 ମସିହା ଅକ୍ଟୋବର ମାସରେ ଚାଉଳିଆଗଞ୍ଜର ଜଣେ ମହିଳା କଟକ ମହିଳା ଥାନାରେ ଏତଲା ଦେଇଥିଲେ। ତାଙ୍କର ଜଣେ 9ବର୍ଷୀୟା ନାବାଳିକାକୁ ତାଙ୍କର ଦୁଇଜଣ ପଡୋଶୀ ମିଶି ତାଙ୍କ ଝିଅ ସହିତ ଦୁଷ୍କର୍ମ କରିଥିଲେ। ଏହି ଘଟଣା ବିଷୟରେ ନାବାଳିକା ଜଣକ ତାଙ୍କ ମାଆଙ୍କୁ କହିବା ପରେ ଥାନାରେ ଏତଲା ଦିଆଯାଇଥିଲା। ।ଯାହାକୁ ନେଇ ଆଜି ବିଚାର ହେବା ପରେ 20ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ।

ଇଟିଭି ଭାରତ, କଟକ

ABOUT THE AUTHOR

...view details