ଓଡିଶା

odisha

ETV Bharat / state

ଆରପାରିରେ କଟକ ପ୍ରଥମ ମେୟର ନିବେଦିତା ପ୍ରଧାନ - ନିବେଦିତା ପ୍ରଧାନଙ୍କ ଜୀବନୀ

କଟକର ପ୍ରଥମ ମେୟର ନିବେଦିତା ପ୍ରଧାନଙ୍କ ପରଲୋକ । ତାଙ୍କର ବିୟୋଗରେ ମ୍ରିୟମାଣ ହୋଇପଡିଛି ପୁରା କଟକ । ଅଧିକ ପଢନ୍ତୁ

Cuttack first mayor Nibedita Pradhan
Cuttack first mayor Nibedita Pradhan

By

Published : Aug 10, 2023, 10:53 PM IST

କଟକ: ଆରପାରିରେ କଟକର ପ୍ରଥମ ମେୟର ନିବେଦିତା ପ୍ରଧାନ । ତାଙ୍କର ବିୟୋଗରେ ମ୍ରିୟମାଣ ହୋଇପଡିଛି ପୁରା କଟକ । ଓଡ଼ିଶାର ବରିଷ୍ଠ ବିଜେପି ନେତ୍ରୀ ସହ ପୂର୍ବତନ ବିଧାୟିକା ଥିଲେ ନିବେଦିତା । ଏହାସହ କଟକର ପ୍ରଥମ ମେୟର ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ ନିବେଦିତା ପ୍ରଧାନ । ତେବେ ତାଙ୍କର ଆଜି ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ଅନେକ ଦିନ ଧରି ସେ ରୋଗାକ୍ରାନ୍ତ ଥିଲେ । ଆଉ ଆଜି ସନ୍ଧ୍ୟାରେ ତାଙ୍କର ସ୍ବର୍ଗବାସ ହୋଇଯାଇଛି ।

ଅଧିକ ପଢନ୍ତୁ: ଓଡିଶା ସାହିତ୍ୟ ଏକାଡେମୀ ସଚିବଙ୍କ ପରଲୋକ, ଦୁଇଦିନ ପୂର୍ବରୁ ଦୁର୍ଘଟଣାର ହୋଇଥିଲେ ଶିକାର

ତାଙ୍କ ବିୟୋଗରେ କଟକ ସହରର ଅପୂରଣୀୟ କ୍ଷତି ହୋଇଛି ବୋଲି କହିଛନ୍ତି କଟକବାସୀ । ଦେହାନ୍ତ ଖବର ପାଇ ଘରୋଇ ହସ୍ପିଟାଲ ପରିସରରେ କଟକର ମେୟରଙ୍କ ସମେତ ଶତାଧିକ ରାଜନୈତିକ ଦଳର ବ୍ୟକ୍ତି ବିଶେଷ ଓ କଟକ ବାସିନ୍ଦା ଶେଷଦର୍ଶନ କରିବା ପାଇଁ ଆସି ପହଞ୍ଚିଛନ୍ତି । ଦେହାନ୍ତ ଖବର ଖେଳିଯିବା ପରେ ସବୁ ଆଡ଼େ ଶୋକର ଛାୟା ଖେଳିଯାଇଛି । ତେବେ ତାଙ୍କର ମୃତଦେହକୁ କଟକର ବିଭିନ୍ନ ଛକକୁ ନିଆଯିବ । ଶେଷରେ ସିଏମ୍‌ସି କାର୍ଯ୍ୟଳୟ ବାସ ଭବନ ନିଆଯିବ । ଏହପରେ ଖାନନଗରରେ ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି ।
ଏହା ବି ପଢନ୍ତୁ.. ଆରପାରିରେ ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲ

ପ୍ରଥମ ମେୟର ନିବେଦିତା ପ୍ରଧାନ: 1963 ମସିହାରେ କଟକର ମହତାବ ରୋଡ଼ରେ ଜନ୍ମ ଗ୍ରହଣ କରିଥିଲେ ପୂର୍ବତନ ମେୟର ନିବେଦିତା ପ୍ରଧାନ । ମୃତ୍ୟ ବେଳକୁ ତାଙ୍କୁ 60 ବର୍ଷ ହୋଇଥିଲା । 2000ରୁ 2004 ପର୍ଯ୍ୟନ୍ତ ସେ ଭାରତୀୟ ଜନତା ପାର୍ଟିର ବିଧାୟିକା ରହିଥିଲେ । ଏହାସହ 2003ରୁ 2008 କଟକ ମହାନଗର ନିଗମର ମେୟର ମଧ୍ୟ ରହିଥିଲେ ନିବେଦିତା । ସେ କଟକର ଅତ୍ୟନ୍ତ ଲୋକପ୍ରିୟ ମେୟର ଥିଲେ । ତେବେ 2000 ମସିହାରେ କଟକ ସଦର ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବରେ ନିର୍ବାଚିତ ହୋଇଥିବା ବେଳେ 2004 ମସିହାରେ ମହାନଗର ନିଗମ ଗଠନ ପରେ ପ୍ରଥମ ମେୟର ହୋଇଥିଲେ । ସ୍ବର୍ଗତ ନିବେଦିତା ପ୍ରଧାନ ଅବିବାହିତ ଥିଲେ ।

ଏହା ବି ପଢନ୍ତୁ.. ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ର ପରଲୋକ, ସବୁ ମହଲରେ ଶୋକ

ଏହା ବି ପଢନ୍ତୁ..ଆରପାରିରେ ପୂର୍ବତନ ବିଧାୟକ ଗଙ୍ଗାଧର ଦାସ, ସରଳ ଜୀବନଯାପନ ପାଇଁ ଥିଲେ ଚର୍ଚ୍ଚାରେ

ଇଟିଭି ଭାରତ, କଟକ

ABOUT THE AUTHOR

...view details