ଓଡିଶା

odisha

ETV Bharat / state

ନିଖୋଜ ମହିଳାଙ୍କ ସହ ହୋଇଥିଲା କି ଅସଦାଚରଣ, ତଦନ୍ତ ପରେ ସ୍ପଷ୍ଟ ହେବ କହିଲେ ଡିସିପି - କଟକରେ ମହିଳାଙ୍କୁ ଅସଦାଚରଣ

କ୍ୟାଣ୍ଟନମେଣ୍ଟ ମହିଳା ନିଖୋଜ ଘଟଣା । ଡାକ୍ତରୀ ରିପୋର୍ଟ ପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର । ଅଧିକ ପଢନ୍ତୁ

କ୍ୟାଣ୍ଟନମେଣ୍ଟ ମହିଳାଙ୍କୁ ଅସଦାଚରଣ ଘଟଣା
କ୍ୟାଣ୍ଟନମେଣ୍ଟ ମହିଳାଙ୍କୁ ଅସଦାଚରଣ ଘଟଣା

By

Published : Feb 23, 2023, 9:46 AM IST

କ୍ୟାଣ୍ଟନମେଣ୍ଟ ମହିଳାଙ୍କୁ ଅସଦାଚରଣ ଘଟଣା

କଟକ: କଟକ ମହିଳାଙ୍କ ନିଖୋଜ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି । ଘଟଣାକୁ ନେଇ ଜାରି ରହିଛି ତଦନ୍ତ । ଗତ 18 ତାରିଖରେ କ୍ୟାଣ୍ଟନମେଣ୍ଟ ଥାନାରେ ହୋଇଥିଲା ନିଖୋଜ ଏତଲା । ତେବେ ଘଟଣା ର 3 ଦିନ ମଧ୍ୟରେ ନିଖୋଜ ମହିଳା ଜଣଙ୍କ ଘରକୁ ଫେରିଥିଲେ । ଏନେଇ ଏହି ଘଟଣାକୁ ବେଶ ଗୁରୁତର ସହ ନେଇଛି କଟକ ୟୁପିଡ଼ି ପୋଲିସ । ତେବେ ଏହି ସଂକ୍ରାନ୍ତରେ କଟକ ମହିଳା ଥାନା ପକ୍ଷରୁ ଏକ ଟିମ ଉକ୍ତ ମହିଳାଙ୍କୁ କାଉନସିଲ କରୁଛନ୍ତି । ଡାକ୍ତରୀ ରିପୋର୍ଟକୁ ଅପେକ୍ଷା ରହିଛି । ରିପୋର୍ଟ ଆସିଲା ପରେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହୋଇ ପାରିବ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

ତେବେ ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲାରୁ ଆସି କଟକରେ ରାଜମିସ୍ତ୍ରୀ କାମ କରନ୍ତି ଏହି ମହିଳାଙ୍କ ସ୍ୱାମୀ । କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରେ ଥିବା ଏକ ବସ୍ତିରେ ରୁହନ୍ତି ଉଭୟେ । ତେବେ ଗତ ଶିବ ରାତି ପରଦିନ ଭୋର ସମୟରେ ଶୌଚ ହେବା ପାଇଁ ଘରୁ ବାହାରକୁ ଯାଇଥିବା ବେଳେ କୁଆଡେ ନିଖୋଜ ହୋଇଯାଇଥିଲେ ଉକ୍ତ ମହିଳା । ତେବେ ସବୁ ଆଡେ ଖୋଜାଖୋଜି କରିବା ପରେ ସ୍ଥାନୀୟ ଥାନାରେ ଏନେଇ ଏକ ମାମଲା ଦାୟର କରିଥିଲେ ସ୍ୱାମୀ । ଏଥିସହ ସ୍ତ୍ରୀକୁ କେହି ଦୁର୍ବୃତ୍ତ ମାନେ ଉଠାଇ ନେଇଥିବା ନେଇ ସ୍ୱାମୀ ଅଭିଯୋଗ ମଧ୍ୟ କରିଥିଲେ।

ତେବେ ଘଟଣାର ଦୁଇ ଦିନ ପରେ ଘରକୁ ଫେରିଥିଲେ ସ୍ତ୍ରୀ । ଘରକୁ ଫେରିବା ପରେ ସ୍ବାମୀ ଥାନାରେ ଆସି ତମାମ ଦିଗ ଉପରେ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ମହିଳା ଜଣଙ୍କ ଅସୁସ୍ଥ ଥିବାରୁ ମହିଳା ଥାନା ପୋଲିସ କାଉନସିଲ କରିବା ସମୟରେ ମହିଳା କିଛି ଉତ୍ତର ରଖିନଥିଲେ । ଏଥିସହ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ପରେ ଥାନାରେ ଏତଲା ମଧ୍ୟ ହୋଇଛି । ବର୍ତ୍ତମାନ ସ୍ପେଶାଲ କାଉନସିଲିଂ ଜାରି ରହିଛି । ଆଉ ଖୁବ କମ ଦିନ ମଧ୍ୟରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି କଟକ ଡିସିପି । ତେବେ ପ୍ରଶ୍ନ ଉଠିଛି ଦୁଇ ଦିନ ମହିଳା କେଉଁଠି ଥିଲେ । ତାଙ୍କ ସହ କିଛି ଅସଦାଚରଣ ହୋଇଛି କି ନାହିଁ । ଏହି ଘଟଣାରେ ଅଧିକ ତଦନ୍ତ ବାକି ରହିଥିବା କହିଛନ୍ତି ଡିସିପି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details