କଟକ: ତୁଳସୀ ଯାତ୍ରାରେ ସାମିଲ ହେବ କଟକ ନଗର କଂଗ୍ରେସ କମିଟି । ଆସନ୍ତା ଡିସେମ୍ବର ୧ ତାରିଖ ସକାଳ ୭ଟା ସମୟରେ ସ୍ଥାନୀୟ ଦୋଳମୁଣ୍ଡାଇ ଛକ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ସଜ ତୁଳସୀ ମାଳ ସଂଗ୍ରହ କରାଯିବ । ଏହାପରେ କଲେଜଛକ କଂଗ୍ରେସ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ରଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ବାହାରି ଭୁବନେଶ୍ବର ସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ନିକଟରେ ପହଞ୍ଚିବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର ।
ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଶ୍ରୀଜଗନ୍ନାଥ ମନ୍ଦିରର ଚାରିଦ୍ଵାରକୁ ଅତିଶୀଘ୍ର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ରତ୍ନଭଣ୍ଡାରରେ ଥିବା ରତ୍ନର ଗଣତି ସହ ରତ୍ନଭଣ୍ଡାର ମରାମତି, ବେଦାନ୍ତ ଦ୍ବାରା ଅଧ୍ୟକୃତ କରାଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଜମିକୁ ଫେରସ୍ତ କରିବା ଆଦି ୬ଟି ଦାବିକୁ ନେଇ ଆସନ୍ତା ଡିସେମ୍ବର ମାସ ୧ ତାରିଖ ଦିନ ପୁରୀ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା କରାଯିବ । ଏହି ଅବସରରେ ଅନୁରୂପ ଭାବେ କଟକ ନଗର କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ଡିସେମ୍ବର ୧ ତାରିଖ ସକାଳ ୭ଟା ସମୟରେ ସ୍ଥାନୀୟ ଦୋଳମୁଣ୍ଡାଇ ଛକ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ସଜ ତୁଳସୀ ମାଳ ସଂଗ୍ରହ କରାଯିବ ।
ଏହା ବି ପଢନ୍ତୁ- କଂଗ୍ରେସ ଭବନରେ ପହଞ୍ଚିଲା ପ୍ରଥମ ତୁଳସୀ, ଡିସେମ୍ବର ୧ରେ ତୁଳସୀ ଯାତ୍ରା