ଓଡିଶା

odisha

ବିଡ଼ାନାସୀ ଦିବ୍ୟାଙ୍ଗ ଛାତ୍ର ମୃତ୍ୟୁ ଘଟଣା, ବ୍ୟବଚ୍ଛେଦ ରିପୋର୍ଟ ତଦନ୍ତକୁ ସ୍ପଷ୍ଟ କରିବ କହିଲେ ଡିସିପି

By

Published : Feb 23, 2023, 6:59 PM IST

କଟକ ବିଡ଼ାନାସୀ ସ୍ଥିତ ଦୃଷ୍ଟି ବାଧିତ ଓ ବଧିର ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଙ୍କ ମୃତ୍ୟୁ ଘଟଣା । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ସ୍ପଷ୍ଟ ହେବ ବୋଲି କହିଛନ୍ତି କଟକ ଡିସିପି । ଅଧିକ ପଢନ୍ତୁ

Cuttack DCP
Cuttack DCP

ବ୍ୟବଚ୍ଛେଦ ରିପୋର୍ଟ ତଦନ୍ତକୁ ସ୍ପଷ୍ଟ କରିବ କହିଲେ ଡିସିପି

କଟକ: ଜିଲ୍ଲାର ବିଡ଼ାନାସୀ ଦୃଷ୍ଟି ବାଧିତ ଓ ବଧିର ବିଦ୍ୟାଳୟରେ ଦିବ୍ୟାଙ୍ଗ ନାବାଳକ ମୃତ୍ୟୁ ଘଟଣା । ମାମଲାରେ ସସପେନ୍ସ ଜାରି ରହିଥିବା ବେଳେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଦିଗରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିବା ବେଳେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । ମୃତ ନାବାଳକଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ତଦନ୍ତ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

କାହିଁକି ଓ କେଉଁ ପରିସ୍ଥିତିରେ ଦିବ୍ୟାଙ୍ଗ ଛାତ୍ର ଜଣକ ଆତ୍ମହତ୍ୟା କଲେ ସେ ନେଇ ଖୋଳତାଡ ଆରମ୍ଭ କରିଛି କମିଶନରେଟ ପୋଲିସ । ଅଭିଭାବକଙ୍କ ସଙ୍ଗୀନ ଅଭିଯୋଗ ଆଧାରରେ ଅନେକ ଅନ୍ତେବାସୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରଖିଛି ପୋଲିସ । ପୂର୍ବରୁ ସ୍କୁଲର କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ପିଲାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲା ବେଶ ଗୁରୁତ୍ୱର ଥିବାରୁ ସବୁ ଦିଗକୁ ନଜର ରଖି କଟକ ୟୁପିଡି ପୋଲିସ ଏହାର ତଦନ୍ତ ଜାରି ରଖିଛି। ତେବେ ଜଣେ ଦିବ୍ୟାଙ୍ଗ ହୋଇ କାହିଁକି ଛାତ୍ର ଜଣକ କିପରି ଓ କାହିଁକି ପଙ୍ଖାରେ ଦଉଡି ଦେଇ ଆତ୍ମହତ୍ୟା କଲେ ସେ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ । ଏହା ଆତ୍ମହତ୍ୟା ନାଁ ହତ୍ୟା ସେ ନେଇ ତଦନ୍ତ କରୁଛି ପୋଲିସ ।

ଏହା ବି ପଢନ୍ତୁ- ନିଖୋଜ ମହିଳାଙ୍କ ସହ ହୋଇଥିଲା କି ଅସଦାଚରଣ, ତଦନ୍ତ ପରେ ସ୍ପଷ୍ଟ ହେବ କହିଲେ ଡିସିପି

ଗୋଟିଏ ପଟେ ପରିବାର ଲୋକ ଘଟଣାକୁ ସହଜରେ ଗ୍ରହଣ କରି ପାରୁନଥିବା ବେଳେ ଏଥିପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହିଁ ଦାୟୀ କରିଛନ୍ତି ପରିବାର ଲୋକେ। ଖାଲି ସେତିକି ନୁହେଁ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ମଧ୍ୟ ପରିବାର ଅଭିଯୋଗ କରିଛନ୍ତି । ଏନେଇ ଏକ ମାମଲା ବିଡ଼ାନାସୀ ଥାନାରେ ଦାୟର କରିଛନ୍ତି ମୃତକଙ୍କ ପରିବାର। ସୂଚନା ଥାଉ କି ଗତ ମଙ୍ଗଳବାର ଏହି ଘଟଣା ଘଟିଥିଲା । ଦୃଷ୍ଟି ବାଧିତ ଓ ବଧିର ବିଦ୍ୟାଳୟର ହଷ୍ଟେଲ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଦିବ୍ୟାଙ୍ଗ ନାବାଳକ ଛାତ୍ରଙ୍କ ମୃତଦେହ।

ତେବେ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ମାମଲା ଆଧାରରେ ତଦନ୍ତ ଆରମ୍ଭ କରିଛି । ସ୍କୁଲ କର୍ତ୍ତୃପକ୍ଷ ଓ ଅନ୍ତେବାସୀମାନଙ୍କୁ ପଚରା ଉଚରା ଜାରି ରଖିଛି ପୋଲିସ । ଉକ୍ତ ଦିବ୍ୟାଙ୍ଗଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ଓ ତଦନ୍ତ ଏକ ନିଷ୍କର୍ଷରେ ପହଞ୍ଚିବ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର। ତେବେ ଏହି ସ୍କୁଲ ଅନେକ ବର୍ଷ ଧରି ବିଡ଼ାନାସୀ ଅଞ୍ଚଳରେ ଚାଲି ଆସୁଛି । ହେଲେ ହଠାତ କଣ ପାଇଁ ହଷ୍ଟେଲ ପରିସରରେ ଏପରି ଘଟଣା ଘଟିଲା ତାହା ବର୍ତ୍ତମାନ କଟକ ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ହିଁ ମାମଲାର ଅନେକେ ଦିଗକୁ ସ୍ପଷ୍ଟ କରିବ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details