କଟକ: ଚୌଦ୍ବାର ଅଞ୍ଚଳରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । ପରିବାର ଲୋକଙ୍କ ଏତଲା କ୍ରମେ ଥାନାରେ ଆଇପିସିର ଧାରା ୩୦୨ରେ ମାମଲା ରୁଜ୍ଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି । ସମସ୍ତ ଦିଗକୁ ଧ୍ୟାନ ରଖି ଘଟଣାର ତଦନ୍ତ କରାଯାଉଛି । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ଜଣାପଡିବ ବୋଲି ଡିସିପି କହିଛନ୍ତି ।
ଚୌଦ୍ବାରରେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା, ମାମଲା ରୁଜ୍ଜୁ କଲା ପୋଲିସ - ଯୁବକ ମୃତଦେହ ଉଦ୍ଧାର ଘଟଣାରେ କଟକ ଡିସିପିଙ୍କ ପ୍ରତିକ୍ରିୟା
ଚୌଦ୍ବାର ଅଞ୍ଚଳରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । ପରିବାର ଲୋକଙ୍କ ଏତଲା କ୍ରମେ ଥାନାରେ ଆଇପିସିର ଧାରା ୩୦୨ରେ ମାମଲା ରୁଜ୍ଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି । ଅଧିକ ପଢନ୍ତୁ
ଚୌଦ୍ବାରରେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା, ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ପୋଲିସ
ଚୌଦ୍ବାରରେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା, ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ପୋଲିସ
ସେହିପରି ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ, ଡ୍ରଗ ସ୍କ୍ବାର୍ଡ ପହଞ୍ଚି ଘଟଣାର ଯାଞ୍ଚ କରିଛି । ତେବେ ଗତକାଲି(ମଙ୍ଗଳବାର) ରାତ୍ରିରେ ଏକ ଅଟୋ ଦୁର୍ଘଟଣାର ଖବର ପାଇ ଘଟଣାସ୍ଥଳକୁ ଯାଇଥିଲା ପୋଲିସ । ମାତ୍ର ସେଠାରେ କୌଣସି ତଥ୍ୟ ମିଳିନଥିଲା । ଆଜି ସକାଳୁ ଚୌଦ୍ବାର ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା ଏବଂ ଉକ୍ତ ମୃତଦେହଟି ଗତକାଲି ଦୁର୍ଘଟଣା ଖବର ସହ ସାମଞ୍ଜସ୍ୟ ରହିଥିବା କୁହାଯାଇଛି । କିନ୍ତୁ, ଏହା ହତ୍ୟା ନାଁ ଦୁର୍ଘଟଣା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଡିସିପି କହିଛନ୍ତି ।
ଇଟିଭି ଭାରତ, କଟକ