କଟକ: ପାର୍ବଣ ଋତୁ ଆରମ୍ଭରୁ କଟକରେ ଗଡ଼ିଛି ମୁଣ୍ଡ। ବିଚ ରାସ୍ତା ଉପରେ କୁଖ୍ୟାତ ଅପରାଧୀକୁ ମାରଣାସ୍ତ୍ରରେ ହତ୍ୟା । କୁଖ୍ୟାତ ଅପରାଧୀ ହାଡ଼ିଆ ଓରଫ ପ୍ରକାଶ ବେହେରାକୁ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ। ତେବେ ଏହି ଘଟଣାର ତଦନ୍ତ ପାଇଁ ଆଜି(ଗୁରୁବାର) ଘଟଣାସ୍ଥଳରେ କଟକ ଡିସିପି ପ୍ରତୀକ ସିଂହ ପହଞ୍ଚି ନିଜେ ତଦନ୍ତ କରିଛନ୍ତି ।
ଡ୍ରଗ୍ସ ସ୍କ୍ବାର୍ଡ, ସାଇଣ୍ଟିଫିକ ଟିମ ବି ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହାଡ଼ିଆକୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।