କଟକ: ମତଦାନ ଦେଇ ଦେଶର ନାଗରିକ ହେବାର କର୍ତ୍ତବ୍ୟ ସମ୍ପନ୍ନ କଲେ କଟକ ଡିସିପି ଅଖିଳେଶ୍ବର ସିଂ । ଧାଡିରେ ଛିଡା ହୋଇ ଭୋଟ ଦେଇଛନ୍ତି ଡିସିପି । ଭୋଟ ଦେବା ସମସ୍ତ ନାଗରିକଙ୍କ ସାମ୍ବିଧାନିକ ଅଧିକାର । ଏହି ପ୍ରକ୍ରିୟାରୁ କେହି ବି ବାଦ ପଡିବା ଉଚିତ ନୁହେଁ ବୋଲି ଭୋଟ ଦେବା ପରେ କହିଛନ୍ତି ଡିସିପି ।
କର୍ମଭୂମିରେ ମତଦାନ ଦେଲେ କଟକ ଡିସିପି - cuttack
ମତଦାନ ଦେଇ ନାଗରିକ ହେବାର କର୍ତ୍ତବ୍ୟ ସମ୍ପନ୍ନ କଲେ କଟକ ଡିସିପି ଅଖିଳେଶ୍ବର ସିଂ । ଧାଡିରେ ଛିଡା ହୋଇ ଭୋଟ ଦେଇଛନ୍ତି ଡିସିପି ।
![କର୍ମଭୂମିରେ ମତଦାନ ଦେଲେ କଟକ ଡିସିପି](https://etvbharatimages.akamaized.net/etvbharat/images/768-512-3088045-thumbnail-3x2-dcp.jpg)
ଫଟୋ ସୌଜନ୍ଯ: ସମ୍ବାଦଦାତା, ଇଡିଭି ଭାରତ
ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଇଡିଭି ଭାରତ
ଏହି ଅବସରରେ ସେ କହିଛନ୍ତି ଯେ, ପୂର୍ବରୁ ନିଜ ଜନ୍ମଭୂମିରେ ହିଁ ଭୋଟ ଦେବାର ସୁଯୋଗ ପାଉଥିଲି । କିନ୍ତୁ ଚଳିତ ବର୍ଷ କର୍ମଭୂମିରେ ଭୋଟ ଦେଇ ବେଶ୍ ଆନନ୍ଦ ଅନୁଭବ କରୁଛି। ସମସ୍ତ ଜନତା ସେମାନଙ୍କ ନେତା ବାଛିବାରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରନ୍ତି ବୋଲି ସେ କହିଛନ୍ତି । ଡିସିପିଙ୍କ ସହ ଅନ୍ୟ ବରିଷ୍ଠ ଆପିଏସ୍ ଅଫିସର ମଧ୍ୟ ମତଦାନ କରିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ