ଓଡିଶା

odisha

By

Published : Jun 16, 2021, 6:56 PM IST

ETV Bharat / state

କୋଭିଡ କଟକଣା ପାଇଁ ଖୋଲୁନି ଦହିବରା ପସରା, ଅନଲାଇନରେ ବୁଝୁନି ମନ

କୋଭିଡ଼ କାଳରେ ଜୀବନ ଜୀବିକା ସବୁ କିଛି ପ୍ରଭାବିତ । କଟକ ପ୍ରସିଦ୍ଧ ଦହିବରା ଆଳୁଦମ ବିକ୍ରିରେ ଲାଗିଛି ରୋକ । ସେପଟେ ଅନଲାଇନରେ ସନ୍ତୁଷ୍ଟ ନାହାଁନ୍ତି ଗ୍ରାହକ । ଅନଲକକୁ ଅପେକ୍ଷା । ଅଧିକ ପଢନ୍ତୁ...

କୋଭିଡ କଟକଣା ପାଇଁ ଖୋଲୁନି ଦହିବରା ପସରା,  ଅନଲାଇନରେ ବୁଝୁନି ମନ
କୋଭିଡ କଟକଣା ପାଇଁ ଖୋଲୁନି ଦହିବରା ପସରା, ଅନଲାଇନରେ ବୁଝୁନି ମନ

କଟକ: କୋଭିଡ଼ କାଳରେ ଜୀବନ ଜୀବିକା ସବୁ କିଛି ପ୍ରଭାବିତ । ଏହାରି ମଧ୍ୟରେ କଟକର ପ୍ରସିଦ୍ଧ ଦହିବରା ମଧ୍ୟ ହୋଇଛି ଗଭୀର ଭାବରେ ପ୍ରଭାବିତ। ସକାଳ ହେଲେ ରାସ୍ତା କଡରେ ଦେଖାଯାଉଥିବା ଭିଡ ଆଉ ଦେଖିବାକୁ ମିଳୁନାହିଁ । ଲକଡାଉନ ଓ ସଟଡାଉନ ଯୋଗୁଁ ସବୁ କିଛି ଠପ ହୋଇଯାଇଛି । ପ୍ରତି କଟକିଆଙ୍କ ଭାବବେଗ ସହ ଜଡିତ ଏହି ସ୍ୱାଦିଷ୍ଟ ଖାଦ୍ୟ । ସକାଳ ଜଳିଖିଆ ଓ ସଂଧ୍ୟା ଭୋଜନ ଏହି ଖାଦ୍ୟରେ ହିଁ ପେଟ ପୁରାଇଥାନ୍ତି କଟକିଆ । ଏହାରି ମଧ୍ୟରେ ଅଫଲାଇନ ଜାଗାରେ ଅନଲାଇନ ବ୍ୟବସାୟ ହେଉଛି ଦହିବରା ଆଲୁଦମ । ତେବେ ଅନଲାଇନ ଦହି ବରାରେ ଗ୍ରାହକଙ୍କ ମନ ବୁଝୁନି କି ପେଟ ପୁରୁନି ।

କୋଭିଡ କଟକଣା ପାଇଁ ଖୋଲୁନି ଦହିବରା ପସରା, ଅନଲାଇନରେ ବୁଝୁନି ମନ

ଲୋକଙ୍କ ଚାହିଦା ରହୁଥିବା ହେତୁ ଏହି ବ୍ୟବସାୟ ଏବେ ଅନଲାଇନରେ ଆରମ୍ଭ ହୋଇଛି । ଦୋକାନରେ ବ୍ୟବସାୟ ବନ୍ଦ ଥିବା ହେତୁ ବାଧ୍ୟତାମୂଳକ ଭାବରେ ଅନଲାଇନ ବ୍ୟବସାୟର ବ୍ୟବହାର କରିବାକୁ ବାଧ୍ୟ ହୋଇଛନ୍ତି ବଡ଼ ବଡ଼ ଦହିବରା ବ୍ୟବସାୟୀ । କାରଣ ପରିବାର ପୋଷଣ କରିବା ପାଇଁ ବାଟ ନଥିବାରୁ ଏହା ନିତାନ୍ତ ଆବଶ୍ୟକ ହୋଇ ପଡିଛି । ଜମାଟୋ ଓ ସ୍ୱିଗି ଭଳି ଅନଲାଇନ ସଂସ୍ଥା ମାଧ୍ୟମରେ ବିକ୍ରି କରି ଦିନକୁ 8 ହଜାରରୁ 10 ହଜାର ପର୍ଯ୍ୟନ୍ତ ବ୍ୟବସାୟ କରି ପାରୁଛନ୍ତି ବ୍ୟବସାୟୀ ।

ଅନ୍ୟପଟେ ଗ୍ରାହକ ମଧ୍ୟ ଅନଲାଇନ ଅର୍ଡର ପରେ ଘରେ ରହି ଦହିବରାର ମଜା ଉଠାଉଛନ୍ତି । ହେଲେ ଏହାରି ମଧ୍ୟରେ ଗୋଟିଏ ଦୁଃଖ ମନରେ ରହୁଛି । ଆଉ ସେ ହେଉଛି ପୂର୍ବପରି ରାସ୍ତା ଉପରେ ଠିଆ ହୋଇ ସେଓ, ଗାଁଠିଆ , ଓ ଆଳୁଦମ ଓ ଦହି ମାଗିକି ଖାଇବାରେ ପଡିଛି ପୂର୍ଣ୍ଣଚ୍ଛେଦ । ତେବେ ଲକଡାଉନ ଖୋଲିଲେ ମନରେ ଥିବା ଦୁଃଖର ଅବସାଦ ଘଟିବ । ଆନନ୍ଦରେ ରାସ୍ତା କଡରେ ଠିଆ ହୋଇହୋଇ କଟକିଆ ଉଠାଇ ପାରିବେ ଦହିବାରା ଆନନ୍ଦ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details