ଓଡିଶା

odisha

By

Published : Jul 19, 2020, 10:58 PM IST

ETV Bharat / state

କଟକ ମହାନଗର ନିଗମରେ ୧୬ ପଜିଟିଭ ଚିହ୍ନଟ

କଟକ ମହାନଗର ନିଗମରେ ରବିବାର ୧୬ ଟି କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ସେଥିରୁ ୧୪ ଜଣ ହୋମକ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କଟକ ମହାନଗର ନିଗମରେ ନୂଆ ୧୬ ପଜିଟିଭ ଚିହ୍ନଟ
କଟକ ମହାନଗର ନିଗମରେ ନୂଆ ୧୬ ପଜିଟିଭ ଚିହ୍ନଟ

କଟକ: ମହାନଗର ନିଗମରେ ରବିବାର ୧୬ ଟି କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ସେଥିରୁ ୧୪ ଜଣ ହୋମକ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ କରାଯାଇଛି । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୟାଣ୍ଟନମେଣ୍ଟ ଅଞ୍ଚଳରୁ ଜଣେ ୩୦ ବୟସ୍କ ମହିଳା ଓ ମଙ୍ଗଳାବାଗ ଅଞ୍ଚଳର ମଲାସାହିର ୪୩ ବର୍ଷର ଜଣେ ସ୍ଥାନୀୟ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ କରାଯାଇଛି ।

ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୩୫୦ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୨୦୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୭ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ୧୪୩ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଆଜି ନରସିଂହପୁର ଅଞ୍ଚଳରୁ ୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ବାଙ୍କୀରୁ ୨, ସାଲେପୁରରୁ ୫ ଓ ନିଆଳିରୁ ୭ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details