କଟକ:ଜୋର ଧରୁଛି ବାଲିଯାତ୍ରା ଅନିୟମିତତା ପ୍ରସଙ୍ଗ । ଏନେଇ କଂଗ୍ରେସର ବିରୋଧ । କଟକ ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ଶତାଧିକ କଂଗ୍ରେସ କର୍ମୀ ସିଏମସି ଆଗରେ ଆନ୍ଦୋଳନ କରିଛନ୍ତି । ଆସନ୍ତା ୨୭ ତାରିଖରୁ ପ୍ରତି ୱାର୍ଡରେ ଆନ୍ଦୋଳନ କରାଯିବା ନେଇ ଚେତାବନୀ । ଏହି ଘଟଣାକୁ ନେଇ ସମସ୍ତ ଲୋକଙ୍କ ପାଖରେ ପହଞ୍ଚିବ କଂଗ୍ରେସ।
ବାଲିଯାତ୍ରାରେ ବ୍ୟାପକ ଅନିୟମିତତାକୁ ନେଇ କଂଗ୍ରେସର ବିରୋଧ । ସେନେଇ କଟକ ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛନ୍ତି । ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସିଏମସି ଆଗରେ ଆନ୍ଦୋଳନ କରିଛନ୍ତି । ସିଏମସି ମେୟର ଏବଂ କମିଶନରଙ୍କ ବିରୋଧରେ ନାରବାଜି କରିବା ସହ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଏନେଇ ଆସନ୍ତା ୨୭ ତାରିଖରୁ ପ୍ରତି ୱାର୍ଡରେ ଏହି ଆନ୍ଦୋଳନ କରାଯିବ ବୋଲି ମୋକିମ ଚେତାବନୀ ମଧ୍ୟ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ....ଚଳିତବର୍ଷ ବାଲିଯାତ୍ରା ନୁହଁ ବରଂ ମହା ଦୁର୍ନୀତି ଯାତ୍ରା: ସୁବାସ ସଙ୍ଗଠନ
ସେ ତୋରଣ ହେଉ କିମ୍ବା ବାଣ ଫୁଟା ହେଉ ଅବା ବାଲିଯାତ୍ରାର ପ୍ରତ୍ୟକ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା କମିଟି ମଧ୍ୟ, ଏହାର ଗନ୍ଧ ବାରି ପାରିଛି । ଟେଣ୍ଡର ପ୍ରକ୍ରିୟାରେ ସମୁଦାୟ ୩ କୋଟି ୩୨ ଲକ୍ଷ ଟଙ୍କାକୁ ଚଞ୍ଚକତା କରି ନେଇଥିଲେ ସମ୍ପୃକ୍ତ ଠିକା ସଂସ୍ଥା । ବିଭିନ୍ନ କାମ କରିବା ଆଳରେ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ କରାଯାଉଛି । ଗତବର୍ଷ ଯେଉଁ ଏଜେନ୍ସି କାମ କରିଥିଲା, ଏବର୍ଷ ଦୁଇଶହ ପ୍ରତିଶତ ଅଧିକରେ ଉକ୍ତ ଏଜେନ୍ସି କାମ କରିବାକୁ ଅନୁକମ୍ପା ଦେଖାଇଥିଲା । କେଉଁ ଉଦ୍ଧେଶ୍ୟରେ ଉକ୍ତ ଏଜେନ୍ସିକୁ ସମାନ କାମକୁ ଅଧିକ ଟଙ୍କାରେ ଦିଆ ଯାଇଥିଲା ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଯାହାକୁ ନେଇ ଅନେକ ଚର୍ଚ୍ଚାବି ଆରମ୍ଭ ହୋଇଗଲାଣି । ଖୋଦ ଶାସକ ଦଳର କର୍ପୋରେଟର ମଧ୍ୟ ଏନେଇ ଅଭିଯୋଗ କରିଛନ୍ତି ।
୨ଟି ବାଉଁଶ ଗେଟକୁ ୩୨ ଲକ୍ଷ