ଓଡିଶା

odisha

ETV Bharat / state

ଡିସିପି ସହରର ଭାଇଚାରା ଭଙ୍ଗ କରୁଛନ୍ତି: କଟକ କଂଗ୍ରେସ

ଆସୁଛନ୍ତି ମା’ । ମାଙ୍କ ଆଗମନ ପାଇଁ ପ୍ରସ୍ତୁତ ହେଉଛି କଟକ ସହର । ହେଲେ ତା ପୂର୍ବରୁ ପ୍ରସ୍ତୁତି ବୈଠକକୁ ନେଇ ଦେଖାଦେଇଛି ବିବାଦ । ଦୁର୍ଗାପୂଜା ପ୍ରସ୍ତୁତି ବୈଠକକୁ ବାରବାଟୀ ବିଧାୟକଙ୍କୁ ନ ଡାକିବା ନେଇ ଡିସିପିଙ୍କୁ ଟାର୍ଗେଟ କରିଛି କଟକ କଂଗ୍ରେସ ।

By

Published : Sep 14, 2019, 8:23 PM IST

Updated : Sep 14, 2019, 11:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଆସୁଛି ପାର୍ବଣ ଋତୁ । ଆଉ କିଛି ଦିନ ପରେ ଧରାପୃଷ୍ଠକୁ ଓହ୍ଲାଇବେ ଜଗତ ଜନନୀ ମା ଦୁର୍ଗା । ପାର୍ବଣକୁ ନେଇ ଉଠିବ ପଡିବ ଐତିହ୍ୟ ନଗରୀ ଭାଇଚାରାର ସହର କଟକ । ଦୁର୍ଗାପୂଜାରେ କଟକରେ ଲାଗି ରହେ ଅସମ୍ଭବ ଭିଡ । ମାଙ୍କ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ପୋଲିସ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରନ୍ତି । ଏଥିପାଇଁ ପୂଜା ପୂର୍ବରୁ ସମସ୍ତ ସଂପ୍ରଦାୟ, ବିଭିନ୍ନ ରାଜନୈତିକ ଦଳ ବୁଦ୍ଧିଜୀବୀ, ସମାଜସେବୀଙ୍କୁ ନେଇ ପୋଲିସ କରେ ପ୍ରସ୍ତୁତି ବୈଠକ । ଚଳିତ ବର୍ଷ ମଧ୍ୟ ପ୍ରଥମ ପ୍ରସ୍ତୁତି ବୈଠକ ଶେଷ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କିନ୍ତୁ ବିଡମ୍ବନା ଏହି ପ୍ରସ୍ତୁତି ବୈଠକରେ ରାଜ୍ୟର ଏକମାତ୍ର ସଂଖ୍ୟାଲଘୁ ବିଧାୟକ ତଥା କଟକ ବାରବାଟୀ ବିଧାୟକ ମହମ୍ମଦ ମୁକିମଙ୍କୁ ଏହି ବୈଠକକୁ ଡକାଯାଇନଥିଲା । ଯାହାକୁ ନେଇ କଂଗ୍ରେସରେ ଦେଖାଦେଇଛି ଅସନ୍ତୋଷ । ଆଜି ଏହି ପ୍ରସଙ୍ଗରେ ଯୁବ କଂଗ୍ରେସ ଓ ମହିଳା କଂଗ୍ରେସ କଟକ ଡିସିପିଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ଏହାସହ ଅଭିଯୋଗ କରିଛନ୍ତି ଡିସିପି କଟକ ସହରର ଭାଇଚାରା ଭଙ୍ଗ କରୁଛନ୍ତି । ଏହି ଅଭିଯୋଗ ଆଣି ଡିସିପି ଅଖିଳେଶ୍ବର ସିଂଙ୍କ କୁଶପୁତ୍ତଳିକା ଦାହ କରିବା ସହ ତାଙ୍କ ଇସ୍ତାଫା ଦାବି କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Sep 14, 2019, 11:45 PM IST

ABOUT THE AUTHOR

...view details