ଓଡିଶା

odisha

ETV Bharat / state

‘ଦେଶ ପାଇଁ ରାଜୀବ ଗାନ୍ଧୀଙ୍କ ଅବଦାନ ଅତୁଳନୀୟ’

ସାରା ଦେଶ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ 75ତମ ଜୟନ୍ତୀ ପାଳୁଥିବା ବେଳେ କଟକ କଂଗ୍ରେସ ମଧ୍ୟ ଭାରତ ରତ୍ନଙ୍କ ଜୟନ୍ତୀ ପାଳନ କରିଛି । ରାଜୀବ ଗାନ୍ଧୀ ଦେଶ ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟ କରିଥିବା କହିଛନ୍ତି ବାରବାଟି ବିଧାୟକ ମହମ୍ମଦ ମୋକିମ ।

By

Published : Aug 20, 2019, 7:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଭାରତରେ ଯଦି କେହି ଡିଜିଟାଲ ଯୁଗର ପ୍ରାରମ୍ଭ କରିଥାଏ ସେ ହେଉଛନ୍ତି ସ୍ବର୍ଗତ ରାଜୀବ ଗାନ୍ଧୀ । ଯାହାକୁ ଆଜି ସାରା ଦେଶ ଆପଣାଇଛି। କେଵଳ ସେତିକି ନୁହେଁ ଦେଶ ପାଇଁ ସେ ଅନେକ ବିକାଶ ମୂଳକ କାର୍ଯ୍ୟ କରି ଯାଇଛନ୍ତି ଯାହକୁ ଆଜି ବି ଦେଶ ମନେ ପକାଉଛି । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ 75ତମ ଜୟନ୍ତୀ ପାଳନ ଅବସରରେ ବାରବାଟିରୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଏପରି ମତ ରଖିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସାରା ଭାରତରେ ମଙ୍ଗଳବାର ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳନ ହେଉଥିବା ବେଳେ କଟକ ଜିଲ୍ଲା ନଗର କଂଗ୍ରେସ ମଧ୍ୟ ପାଳନ କରିଛି ପୂର୍ବତନ ପ୍ରଧାନ ମନ୍ତ୍ରୀଙ୍କ ଜନ୍ମ ଜୟନ୍ତୀ । ଦେଶ ପ୍ରତି ରାଜୀବ ଗାନ୍ଧୀଙ୍କ ଅବଦାନ ବିଷୟରେ ଆଲୋଚନା କରିଥିଲେ କଂଗ୍ରେସ ନେତା ।

ଏହି ଅବସରରେ ଆଗାମୀ ଦିନରେ କିପରି ଭାବେ କଂଗ୍ରେସର ଅଭ୍ୟୁଦୟ ହେବ, କଂଗ୍ରେସ କିପରି ଲୋକଙ୍କ ଆସ୍ଥା ଭାଜନ ହୋଇପାରିବ, ସେ ଦିଗରେ କଂଗ୍ରେସକୁ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବାରଵାଟି ବିଧାୟକ ମହମ୍ମଦ ମୋକିମ । ବର୍ତ୍ତମାନର ସରକାର କେବଳ ବାଃ ବାଃ ପାଇବା ପାଇଁ କର୍ମ କରୁଛି କିନ୍ତୁ ରାଜୀବ ଗାନ୍ଧୀଙ୍କ ଦେଶ ପ୍ରତି ଯେଉଁ ଅତୁଳନୀୟ ଅବଦାନ ରହିଛି ତାହା ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି ବୋଲି କହିଛନ୍ତି ମୋକିମ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details