କଟକ: କାର୍ତ୍ତିକେଶ୍ବର ଭସାଣି ବିବାଦରେ ସ୍ପଷ୍ଟୀକରଣ ରଖିଲା ଚୌଧୁରୀ ବଜାର ପୂଜା କମିଟି । ଭସାଣି ସମୟରେ ସୃଷ୍ଟି ହୋଇଥିବା ବଡ଼ ବିଭ୍ରାଟ ପାଇଁ କିଛି କୁଚକ୍ରି ଗୋଷ୍ଠୀ ଦାୟୀ ବୋଲି କହିଛି ପୂଜା କମିଟି । ସେମାନେ ଅନେକ ଦିନ ପୂର୍ବରୁ ପୂଜା କମିଟିରୁ ବିଦା ହୋଇ ସାରିଥିବାବେଳେ ଏଭଳି ବିବାଦ ଉପୁଜାଇଛନ୍ତି ବୋଲି କମିଟିର ସମ୍ପାଦକ ଶିବଦାସ ପୂର୍ଣ୍ଣଚନ୍ଦ୍ର ସିଂ । ତେବେ ଚୌଧୁରୀ ବଜାର ପୂଜା କମିଟିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏହି ବିବାଦ ହୋଇଥିବା ଗୁଜବ ତାହା ସମ୍ପର୍ଣ୍ଣ ଅମୂଳକ ବୋଲି କହିଛି ପୂଜା କମିଟି ।
ସେହି ସମୟରେ ପୋଲିସ ପୂଜା କମିଟିକୁ ମଧ୍ୟ ଦୁର୍ବ୍ୟବହାରର ସାମ୍ନା କରିବାକୁ ପଡିଥିଲା । ବର୍ତ୍ତମାନ ସମୟରେ ପୋଲିସ ଯଦି ଚାହିଁବ ତେବେ ସେହି କୁଚକ୍ରି ଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବ ବୋଲି କହିଛନ୍ତି ପୂଜା କମିଟି ସମ୍ପାଦକ ଶିବଦାସ ପୂର୍ଣ୍ଣଚନ୍ଦ୍ର ସିଂ । ତେବେ ଚୌଧୁରୀ ବଜାର କାର୍ତିକେଶ୍ବର ମେଢ଼ ଭସାଣି ବେଳେ ହୋଇଥିବା ବିଶୃଙ୍ଖଳାକୁ ନେଇ ଆଜି ଚୌଧୁରୀ ବଜାର ପୂଜା କମିଟି ପକ୍ଷରୁ ଏକ ବୈଠକ ଡକା ଯାଇଥିଲା ।