କଟକ: ପ୍ରାୟ ଦେଢ଼ଶହ ବର୍ଷ ପରେ ବଦଳିଲା ଠିକଣା। ଏଣିକି ଛାତ୍ରବଜାରରେ ନୁହେଁ ବରଂ ଅର୍ବାନ ହାଟରେ ବସି ପରିବା ବ୍ୟବସାୟ କରିବେ ବ୍ୟବସାୟୀ। କୁହାଯାଏ,୧୯୬୬ ମସିହା ନଅଙ୍କ ଦୁର୍ଭିକ୍ଷ ସମୟରୁ ଛତ୍ରବଜାର ରାସ୍ତା ପାର୍ଶ୍ଵରେ ପରିବା ବ୍ୟବସାୟ ଆରମ୍ଭ ହୋଇଥିଲା। ମାତ୍ର ଦୀର୍ଘ ଦେଢ଼ଶହ ବର୍ଷ ପରେ ଏଥିରେ ପରିବର୍ତ୍ତନ ହୋଇଛି ଛତ୍ର ବଜାରର ଠିକଣା ।
ରାଜ୍ୟର ସର୍ବ ବୃହତ୍ତ ପରିବା ମଣ୍ଡି କୁହାଯାଉଥିବା ଛତ୍ରବଜାର ପରିବା ମଣ୍ଡିକୁ କିଏ ବା ନ ଜାଣେ । କାରଣ ଏହା ଏବେକାର ନୁହେଁ, ବରଂ ଦୀର୍ଘ ବର୍ଷର ପରିବା ମଣ୍ଡି । କୁହାଯାଏ ୧୯୬୬ ମସିହା ନଅଙ୍କ ଦୁର୍ଭିକ୍ଷ ପର ଠାରୁ ଏହା ଗଢି ଉଠିଥିଲା । ବ୍ୟବସାୟୀ ମାନେ ସେବେଠାରୁ କୁଆଡେ ଛତ୍ରବଜାର ରାସ୍ତା ପାର୍ଶ୍ଵରେ ପରିବା ବ୍ୟବସାୟ କରି ଆସୁଛନ୍ତି । ତେବେ ଦୀର୍ଘ ୧୫୦ ବର୍ଷ ପରେ ଏହି ପରମ୍ପରା ବଦଳିଛି।ଅର୍ଥାତ ବ୍ୟବସାୟୀମାନେ ଏଥର ଛତ୍ରବଜାର ରାସ୍ତା ପାର୍ଶ୍ଵରେ ବସି ବ୍ୟବସାୟ କରିବେ ନାହିଁ । ଆଜିଠାରୁ ବଦଳି ଯାଇଛି ଏହାର ଠିକଣା । ଏଣିକି ଛତ୍ରବଜାର ପରିବର୍ତ୍ତେ ଅର୍ବାନ ହାଟରେ ବ୍ୟବସାୟୀ କରିବେ ପରିବା ବ୍ୟବସାୟୀମାନେ। ଯାହାକୁ ସ୍ୱାଗତ କରିଛନ୍ତି ସାଧାରଣ ଖାଉଟି । ଏହି ଅର୍ବାନ ହାଟରେ ଗୋଟିଏ ଜାଗାରେ ସମସ୍ତ ପରିବା କିଣିବା ସହଜ ହେବ।ଆଉ ଏଣେ ତେଣେ ବୁଲିବାକୁ ପଡିବ ନାହିଁ ବୋଲି ଖାଉଟି ମାନେ କହିଛନ୍ତି।