ଓଡିଶା

odisha

ETV Bharat / state

ଅଭାବ ଅନାଟନରୁ ଆତ୍ମହତ୍ୟା କଲେ କି ନାଥ ? - ଚୌଦ୍ଵାର ପୋଲିସ

ଅସହାୟ ହୋଇ କଟକ ଚୌଦ୍ବାର ଥାନା ଅନ୍ତର୍ଗତ ଆଗ୍ରାହାଟ ଗ୍ରାମର ଜଣେ ବୃଦ୍ଧ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି ଚୌଦ୍ଵାର ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Sep 26, 2019, 11:23 PM IST

Updated : Sep 26, 2019, 11:34 PM IST

କଟକ: ଜିଲ୍ଲାର ଚୌଦ୍ବାର ଥାନା ଅନ୍ତର୍ଗତ ଆଗ୍ରାହଟ ୟୁକୋ ବ୍ୟାଙ୍କ ସମ୍ମୁଖରେ ଥିବା ଏକ ଗଛରୁ ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛ ଚୌଦ୍ଵାର ପୋଲିସ । ମୃତକ ଜଣଙ୍କ ଆଗ୍ରାହାଟ ଗ୍ରାମର 80 ବର୍ଷୀୟ ନାଥ ମଲିକ ବୋଲି ଜଣା ପଡିଛି । ଦାରିଦ୍ର୍ୟ, ଅସହାୟତା ଓ ଅଭାବ ଅନାଟନ ଯୋଗୁଁ ସେ ଆତ୍ମହତ୍ୟା କରିଥିବାର ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି।

ଅସହାୟ ବୃଦ୍ଧଙ୍କ ଆତ୍ମହତ୍ୟା

ସୂଚନାଯୋଗ୍ୟ ଯେ ନାଥଙ୍କ ଗୋଟିଏ ବୋଲି ପୁଅଙ୍କର ମୃତ୍ୟୁ ହେବା ପରେ ସେ ନିଃସହାୟ ହୋଇ ପଡିଥିଲେ । ସେ ଏକ ହୋଟେଲରେ ମୂଲ କାମ କରି ଘର ଚଳାଉଥିଲେ । ପରିଣତ ବୟସରେ ଆଉ କାମ ନକରି ପାରିବାରୁ ଦିନେ ଖାଇ ଦିନେ ଉପାସ ରହିବାକୁ ପଡୁଥିଲା ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ। ଭତ୍ତା ତଥା ବିଭିନ୍ନ ସରକାରୀ ଯୋଜନା ପାଁଇ ସେ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏସବୁ ସହ୍ୟ ନକରି ପାରି ସେ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ଚୌଦ୍ବାର ପୋଲିସ ପହିଁଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇ ତଦନ୍ତ ଚଲାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Sep 26, 2019, 11:34 PM IST

ABOUT THE AUTHOR

...view details