ଓଡିଶା

odisha

ETV Bharat / state

ଖବର ପ୍ରସାରଣ ପରେ ଖୋଲିଲା କଟକ ଚଣ୍ଡୀ ମନ୍ଦିର, ମା'ଙ୍କୁ ଦର୍ଶନ କରି ଭାବୁକ ଭକ୍ତ - କଟକ

ଖବର ପ୍ରସାରଣ ପରେ ଖୋଲିଲା ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀଙ୍କ ମନ୍ଦିର। ଆଜି(ଗୁରୁବାର) ଭକ୍ତମାନେ କେବଳ ବାହାରୁ ଦର୍ଶନ କରିପାରିବେ। ଅଧିକ ପଢନ୍ତୁ...

Cuttack Chandi temple opened
ଖୋଲିଲା କଟକ ଚଣ୍ଡୀ ମନ୍ଦିର, ମା'ଙ୍କୁ ଦର୍ଶନ କଲେ ଭକ୍ତ

By

Published : Jan 7, 2021, 12:57 PM IST

କଟକ: ଖବର ପ୍ରସାରଣ ପରେ ଖୋଲିଲା ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀଙ୍କ ମନ୍ଦିର । ଆଜି(ଗୁରୁବାର) ଭକ୍ତମାନେ କେବଳ ବାହାରୁ ଦର୍ଶନ କରିପାରିବେ। ଶୁକ୍ରବାରଠାରୁ ମନ୍ଦିର ଭିତରକୁ ପ୍ରବେଶ କରି ଦର୍ଶନ କରିପାରିବେ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।

ଖୋଲିଲା କଟକ ଚଣ୍ଡୀ ମନ୍ଦିର, ମା'ଙ୍କୁ ଦର୍ଶନ କଲେ ଭକ୍ତ

ବୁଧବାର ମନ୍ଦିର ଖୋଲିବା ପାଇଁ ସିଏମସି ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଥିଲା ବେଳେ ଗୁରୁବାର ସକାଳୁ ମନ୍ଦିର ଖୋଲି ନଥିଲା, ଏହାକୁ ନେଇ ନିରାଶ ହୋଇ ଫେରିଥିଲେ ଅନେକ ଭକ୍ତ। ଏନେଇ ଖବର ପ୍ରସାରଣ ପରେ ନିଷ୍ପତ୍ତି ପରିବର୍ତ୍ତନ କରାଯାଇଥିଲା। ମନ୍ଦିର ଖୋଲିବା ପରେ ଖୁସି ପ୍ରକଟ କରିଥିଲେ ଭକ୍ତ। ଦୀର୍ଘ ୯ ମାସ ପରେ ମା'ଙ୍କ ଦର୍ଶନ ମିଳିବାରୁ ଭକ୍ତଙ୍କ ଆଖି ଛଳ ଛଳ ହୋଇଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details