କଟକ:ପାଖେଇ ଆସୁଛି ପୌର ନିର୍ବାଚନ। ଆସନ୍ତା ୨୪ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ କଟକ ସହର ଚଳଚଞ୍ଚଳ ହୋଇ ଉଠିଛି । ଚଳିତ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଅଣ୍ଟା ଭିଡିଛି କଟକ ଜିଲ୍ଲା ବିଜେଡି । ସ୍କୁଟିନ ସରିବା ପରେ ପାର୍ଥିପତ୍ର କାୟମ ରହିଥିବା ଜାଣି ଭୋଟ ଭିକ୍ଷାରେ ଲାଗିପଡିଲେଣି ପ୍ରାର୍ଥୀ । ନିଜର ସମର୍ଥକ ସାଉଁଟିବା ପାଇଁ ପ୍ରାର୍ଥୀ ମାନେ ଉଦ୍ୟମ ଆରମ୍ଭ କରିଦେଲେଣି ।
କଟକ ବାରବାଟୀରେ ଥିବା ବିଜେଡିର ସମସ୍ତ ୩୨ ଜଣ କର୍ପୋରେଟର ପ୍ରାର୍ଥୀ ଓ ମେୟର ପାର୍ଥୀ ସୁବାସ ସିଂହଙ୍କୁ ଏକାଠି କରି ଗୁରୁମନ୍ତ୍ର ଦେଇଛନ୍ତି ପୂର୍ବତନ ବିଧାୟକ ତଥା ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ । ବିଶେଷକରି ଏକାଠି ହୋଇ କାମ କରିବା ସହିତ ବିଜେଡି ବିରୋଧରେ ଚାଲୁଥିବା ଅପପ୍ରଚାରକୁ ଚେକ ଦେବାକୁ ସମସ୍ତ ବିଜେଡି ପ୍ରାର୍ଥୀଙ୍କୁ ସୁପାରିସ କରାଯାଇଛି ।