ଓଡିଶା

odisha

ETV Bharat / state

ବାଲିଯାତ୍ରା ଦୁର୍ନୀତିକୁ ନେଇ ଝଡ଼, ମେୟର କମିଶନରଙ୍କ ଉପରେ ବର୍ଷିଲେ ମୋକିମ - ମେୟର କମିଶନରଙ୍କ ଉପରେ ବର୍ଷିଲେ ମୋକିମ

Corruption in Bali Jatra 2023: ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତିକୁ ନେଇ ଝଡ଼ । କଟକ ମେୟର ଓ କମିଶନରଙ୍କ ଉପରେ ବର୍ଷିଲେ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଅଧିକ ପଢନ୍ତୁ

corruption in Bali Jatra 2023
corruption in Bali Jatra 2023

By ETV Bharat Odisha Team

Published : Dec 10, 2023, 6:10 PM IST

Updated : Dec 10, 2023, 6:18 PM IST

ବାଲିଯାତ୍ରା ଦୁର୍ନୀତିକୁ ନେଇ ଝଡ଼, ମେୟର କମିଶନରଙ୍କ ଉପରେ ବର୍ଷିଲେ ମୋକିମ

କଟକ:ସରିଛି ବାଲିଯାତ୍ରା ହେଲେ ଥମୁନି ବାଲିଯାତ୍ରା ଦୁର୍ନୀତିକୁ ନେଇ ଝଡ଼ । ବିରୋଧୀ ଠାରୁ ଶାସକ ସମସ୍ତେ ମୁହଁରେ ଗୋଟିଏ କଥା । କୋଟି କୋଟି ଖାଇଗଲେ କମିଶନର ଓ ମେୟର । ସଏମସି ନିଜ ଅଧିକାର କ୍ଷେତ୍ରରୁ ବାହାରକୁ ଯାଇ ଲଗାମଛଡ଼ା ଭାବେ ଲୋକଙ୍କ ଟିକସ ପଇସାକୁ ବେଆଇନ ଭାବେ ଖର୍ଚ୍ଚ କରି କରିଛି । ତେବେ ଏହି ପ୍ରସଙ୍ଗରେ ବାରବାଟୀ ବିଧାୟକ ମହମ୍ମଦ ମୋକିମ ମଧ୍ୟ ପ୍ରତିକ୍ରିୟା ରଖି ମେୟର ଓ କମିଶନରଙ୍କ ଉପରେ ବର୍ଷିଛନ୍ତି ।

ବାଲିଯାତ୍ରାରେ ମହାଦୁର୍ନୀତିଙ୍କୁ ନେଇ ସ୍ବର ଉଠାଇଛନ୍ତି ବିଧାୟକ ମୋକିମ । କଟକବାସୀଙ୍କ ସହିତ ଖୋଦ ସରକାରୀ ଦଳର ଜନପ୍ରତିନିଧିମାନେ ଦୁର୍ନୀତି ନେଇ ସ୍ବର ଉଠାଇଛନ୍ତି । ବାଲିଯାତ୍ରା ଗେଟ ପାଇଁ ଖର୍ଚ୍ଚ ହୋଇଛି ୬ ଲକ୍ଷ କିନ୍ତୁ ଟେଣ୍ଡର ହୋଇଛି ୩୨ ଲକ୍ଷ ଟଙ୍କା । ଏହାଛଡା ବାଣଫୁଟା, ପରିମଳ, ଲେଜର ଲାଇଟରେ ହୋଇଛି ଲକ୍ଷାଧିକ ଟଙ୍କାର ଦୁର୍ନୀତି । ତେବେ ବାଲିଯାତ୍ରାରେ ମୋଟ ସାଢ଼େ ୪ କୋଟି ଟଙ୍କାର ଵ୍ୟୟ ବରାଦ କରିଛି ମହାନଗର ନିଗମ । ସିଏମସିର ଟିକସ ଲବ୍ଧ ଟଙ୍କାରେ ବାଲିଯାତ୍ରା ଆୟୋଜନ କେତେଦୂର ଠିକ୍ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛନ୍ତି ବିଧାୟକ ମହମ୍ମଦ ମୋକିମ ।

ଏହା ବି ପଢନ୍ତୁ- ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ଅନୁଧ୍ୟାନ କଲା ତଦନ୍ତ କମିଟି

ବାରବାଟୀ ବିଧାୟକ ମହମ୍ମଦ ମୋକିମ କରି ସିଏମସି କମିଶନର ଏବଂ ମେୟରଙ୍କୁ ଟାର୍ଗେଟ କରି କହିଛନ୍ତି, "ବାଲିଯାତ୍ରାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏସବୁ ଦୁର୍ନୀତି ମେୟର ଏବଂ କମିଶନରଙ୍କ ମଧୁ ଚନ୍ଦ୍ରିକାରେ ଦୁର୍ନୀତି ହୋଇଛି । ତେଣୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ କରନ୍ତୁ । ଯଦି ତଦନ୍ତ ନହୁଏ ତେବେ ଆଗାମୀ ୧୯ ତାରିଖରେ ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରାଯିବ ।"

ସୂଚନା ଥାଉ କି ଗତକାଲି ଖୋଦ ଶାସକ ଦଳର କର୍ପୋରେଟର ପ୍ରଦୀପ ଖୁଣ୍ଟିଆ ଏନେଇ ଅଭିଯୋଗ କରିଥିଲେ । ବିଭିନ୍ନ କାମ କରିବା ଆଳରେ ଅଧିକ ଟଙ୍କା ନେଇଥିଲେ ସଂସ୍ଥା । ଗତବର୍ଷ ଯେଉଁ ଏଜେନ୍ସି କାମ କରିଥିଲା, ଏଥର ଦୁଇଶହ ପ୍ରତିଶତ ଅଧିକରେ ଉକ୍ତ ଏଜେନ୍ସି କାମ କରିବାକୁ ଅନୁକମ୍ପା ଦେଖାଇଥିଲା ସିଏମସି । କେଉଁ ଉଦ୍ଦେଶ୍ୟରେ ଉକ୍ତ ଏଜେନ୍ସିକୁ ସମାନ କାମକୁ ଅଧିକ ଟଙ୍କାରେ ଦିଆଯାଇଥିଲା ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ? ଯାହାକୁ ନେଇ ଅନେକ ଚର୍ଚ୍ଚା ବି ଆରମ୍ଭ ହୋଇଗଲାଣି । ୨ଟି ବାଉଁଶ ଗେଟକୁ ୩୨ ଲକ୍ଷ ଟଙ୍କା ନିଆଯାଇଥିବା ବେଳେ ୨୦ ହଜାର ଟଙ୍କା ବାଣ ଫୁଟାଇ ୨୭ ଲକ୍ଷ ଟଙ୍କାର ବିଲ୍‌ ହୋଇଛି ବୋଲି ଅଭିଯୋଗ ଆସିଛି ।

ଇଟିଭି ଭାରତ, କଟକ

Last Updated : Dec 10, 2023, 6:18 PM IST

ABOUT THE AUTHOR

...view details