ଓଡିଶା

odisha

ETV Bharat / state

ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ, ଆଇନଜୀବୀଙ୍କ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ

ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ଆଇନଜୀବୀ ସଂଘ ପକ୍ଷରୁ ଦିନିକିଆ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଛି । କୌଣସି ଆଇନଜୀବୀ କୋର୍ଟ କାର୍ଯ୍ୟରେ ଯୋଗ ନ ଦେବାରୁ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଛି ।

By

Published : Aug 9, 2019, 4:53 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ସ୍ୟାଟ୍‌ ଉଚ୍ଛେଦକୁ ନେଇ ତେଜିଲା ଆନ୍ଦୋଳନ । ଆଜି ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ଆଇନଜୀବୀ ସଂଘ । ସ୍ୟାଟ୍‌ ବାରର ଅନୁରୋଧ କ୍ରମେ କେହି ବି ଆଇନଜୀବୀ କୋର୍ଟ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି । ଫଳରେ ଖାଁ ଖାଁ ହୋଇପଡିଛି କୋର୍ଟ ପରିସର। ଏପଟେ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ସ୍ୟାଟ୍‌ରେ 70 ହଜାରରୁ ଊର୍ଦ୍ଧ୍ବ ମାମଲା ପଡି ରହିଥିବା ବେଳେ ସରକାର ସ୍ୟାଟ୍‌ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ବିରୋଧ କରିଛି ଆଇନଜୀବୀ ସଂଘ । ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିକୁ ପୁନର୍ବାର ବିଚାର ପାଇଁ ସଂଘ ଦାବି କରିଛି । ଏଥିସହ ସରକାର ଯଦି ସେମାନଙ୍କ ଦାବି ନ ମାନନ୍ତି ଆଗକୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details