ଓଡିଶା

odisha

ETV Bharat / state

କୋରୋନାର ତାଡନା, ଅଣ୍ଡା ବିକୁଛନ୍ତି ଅଟୋ ଚାଳକ - ଦୁର୍ଦ୍ଦିନରେ ଅଟୋ ଚାଳକ

କୋରୋନା ମାଡରେ ସବୁକିଛି ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିବାବେଳେ ଅଟୋ ଚାଳକମାନେ ଯନ୍ତ୍ରଣାରେ କାଳାତିପାତ କରୁଛନ୍ତି । ଲକଡାଉନର ବନ୍ଦ ଯୋଗୁଁ ବେପାର ବନ୍ଦ ହୋଇଯାଇଥିବାରୁ ଏବେ ସେମାନଙ୍କ ପରିବାର ପ୍ରତିପୋଷଣ କରିବା ଅସମ୍ଭବ ହୋଇ ପଡିଛି । ଅଧିକ ପଢନ୍ତୁ...

କୋରୋନାର ସକଡାଉନ ଭାଙ୍ଗିଦେଇଛି ଅଟୋ ଚାଳକଙ୍କ ମେରୁଦଣ୍ଡ
କୋରୋନାର ସକଡାଉନ ଭାଙ୍ଗିଦେଇଛି ଅଟୋ ଚାଳକଙ୍କ ମେରୁଦଣ୍ଡ

By

Published : May 22, 2021, 10:28 PM IST

କଟକ: ମହାମାରୀ କୋରୋନା କବଳରେ ଭାରତ । ଦ୍ୱିତୀୟ ଲହରରେ ସବୁ ଦିଗ ହୋଇଛି ପ୍ରଭାବିତ। ଗୋଟିଏ ପଟେ ଜୀବନ ଅନ୍ୟପଟେ ଜୀବିକା, ଏହାରି ମଧ୍ୟରେ ମଣିଷ ହୋଇ ପଡିଛି କ୍ଲାନ୍ତ। କାରଣ ପ୍ରତିଦିନ ହଜାର ହଜାର କୋଭିଡ ମୃତର ଚିତ୍ର ସାମ୍ନାକୁ ଆସିଛି । ଏହି ମହାମାରୀରୁ ବଞ୍ଚିବା ପାଇଁ ସରକାର ପୁଣି ଲକଡାଉନ ଓ ସଟଡାଉନ ପ୍ରକ୍ରିୟା ଜାରି ରଖିଛନ୍ତି। ତେବେ ଏହାରି ମଧ୍ୟରେ ପରିବହନ ବିଭାଗ ଅଧୀନରେ ଥିବା ଅଟୋ ଚଳାଚଳ ଉପରେ ଲାଗିଛି ରୋକ। ଯାହା ଚାଳକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। କିପରି ହେବ ପରିବାର ପୋଷଣ ? ଆଉ ଯଦି ଅଟୋ ନ ଚାଲିବ ତେବେ ଆର୍ଥିକ ସ୍ଥିତି କ’ଣ ହେବ ? ଏହାରି ମଧ୍ୟରେ ନିଜର ଜୀବନ ଓ ଜୀବିକାକୁ ନେଇ ପ୍ରଶ୍ନ ଘେରରେ ଅଟୋ ଚାଳକ।

କୋରୋନାର ସକଡାଉନ ଭାଙ୍ଗିଦେଇଛି ଅଟୋ ଚାଳକଙ୍କ ମେରୁଦଣ୍ଡ
ସିଲଭରସିଟିରେ ଜାରି ରହିଛି ଲକଡାଉନ ସଟଡାଉନ, ସବୁ କିଛି ବନ୍ଦ। ଅତ୍ୟାବଶ୍ୟକ ସେବାକୁ ଛାଡିଲେ କାହାକୁ ଯିବା ଆସିବା ପାଇଁ ଅନୁମତି ନାହିଁ । ତେବେ ଏହାରି ମଧ୍ୟରେ ନିଜର ଜୀବନ ଓ ଜୀବିକାକୁ ନେଇ ଦୁଃଖ ଦୁନିଆରେ ପାଦ ଥାପିଛନ୍ତି ଅଟୋ ଚାଳକ । କଟକ ଜିଲାରେ 12 ହଜାର ଅଟୋ ଯାତାୟାତ କରିଥାଏ । ଏହାରି ମଧ୍ୟରେ ହଜାରରୁ ଊର୍ଦ୍ଧ୍ବ ଅଟୋ ଚାଳକ କୋଭିଡ ସଂକ୍ରମିତ ହୋଇଛନ୍ତି । କାରଣ ପ୍ରଥମ ଲହର ପରେ ଯେତେବେଳେ ଲକଡାଉନ ଖୋଲିଲା ସେହି ସମୟରୁ ଚଳିତ ବର୍ଷ ଲକଡାଉନ ପର୍ଯ୍ୟନ୍ତ ଅନେକ ରୋଗୀଙ୍କୁ ଅଟୋରେ ବୋହିଛନ୍ତି । ହେଲେ ବର୍ତ୍ତମାନ ସ୍ଥିତିରେ ଏମାନେ ବେସାହାରା । ଗତବର୍ଷ ଲକଡାଉନ ସମୟରେ ପରିବହନ ମନ୍ତ୍ରୀଙ୍କୁ ଭେଟି ଆର୍ଥିକ ପ୍ରୋତ୍ସାହନ ଲାଗି ଦାବି ହୋଇଥିଲା ହେଲେ ସବୁ କିଛି କଥାରେ ରହିଗଲା । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ସ୍ଥିତି ଆହୁରି ସଙ୍ଗୀନ । ଏହାରି ମଧ୍ୟରେ ବିଭାଗ ଯଦି ଏହି ଅସୁବିଧା ଉପରେ ଦୃଷ୍ଟିଗୋଚର ନକରେ ସ୍ଥିତି ଆହୁରି ଜରାଜୀର୍ଣ୍ଣ ହେବାର ଆଶଙ୍କା ରହିଛି। ଅନ୍ୟପଟେ ଗାଡି ରାସ୍ତାକୁ ନେବା ପରିସ୍ଥିତିରେ ନାହାନ୍ତି ଚାଳକ । ଗୋଟିଏ ପଟେ ସରକାରୀ କଟକଣା, ଅନ୍ୟପଟେ କୋଭିଡ ଭୟ । ଏହାକୁ ଆଖି ଆଗରେ ରଖି, ଘର ଆଗରେ ଗାଡି ରଖି ଅନ୍ୟ ପେସା ଅପଣାଇଲେଣି ଏମାନେ । ଏମିତିକି ଅନେକ ଡ୍ରାଇଭର କୁହନ୍ତି ସେମାନେ ଅଣ୍ଡା ବିକ୍ରି କରିବା ଆରମ୍ଭ କରିଛନ୍ତି । ପରିବାର ପୋଷଣ ପାଇଁ ଅଟୋ କିଣିଥିବା ଫଳରେ କୋଭିଡ ସବୁ କିଛି ବିଗାଡି ଦେଇଛି । ବାଧ୍ୟତାମୂଳକ ଭାବରେ ଅଣ୍ଡା ବିକ୍ରି କରି ଜୀବନ ବିତାଉଛନ୍ତି ଅଟୋ ଚାଳକ ।ସିଲଭରସିଟିରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦେଖି ସରକାର ଲକଡାଉନ ଓ ସଟଡାଉନ ପରେ ମଧ୍ୟ କୋଭିଡ କଟକଣା ଜୋରଦାର କରିଛନ୍ତି । ଯାହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ, ଏହାରି ମଧ୍ୟରେ ଯଦି ଏହି ଅଟୋ ମହାସଙ୍ଘକୁ ସରକାର କିଛି ସହାୟତା ଯୋଗନ୍ତେ ତେବେ ଆଗମୀ ଦିନରେ ଏମାନଙ୍କ ପରିବାର ମୁହଁରେ ହସ ଫୁଟି ପାରନ୍ତା ।

ତେବେ ଏହି ମହାମାରୀ କେବେ ଯିବ ତାହାର ଆକଳନ କରିବା କଷ୍ଟ । କିନ୍ତୁ ଯଦି ଜୀବିକା ସହ ଜୀବନ ଚାଲିଯିବ ତେବେ ପରିବହନ ବିଭାଗ ଉପରେ ପଡିବ ପ୍ରଭାବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details