ଓଡିଶା

odisha

ETV Bharat / state

୧୫ ଦିନ ମଧ୍ୟରେ କଟକରେ ନିୟନ୍ତ୍ରଣ ହେବ କୋରୋନା ! - ଅବହେଳା କଲେ ବ୍ୟାପିବ ସଂକ୍ରମଣ

କଟକରେ କମିଛି କୋରୋନା ସଂକ୍ରମଣ । ଅବହେଳା କଲେ ପୁଣି ସଂକ୍ରମଣ ବ୍ୟାପିବ ବୋଲି ସୂଚନା ଦେଇଛନ୍ତି ସହକାରୀ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ । ଅଧିକ ପଢ଼ନ୍ତୁ...

cuttack assistant health officer, covid situation in the district, କଟକରେ କମିଛି କୋରୋନା, ଅବହେଳା କଲେ ବ୍ୟାପିବ ସଂକ୍ରମଣ, କଟକରେ କୋରୋନା ଆକ୍ରାନ୍ତ
୧୫ ଦିନ ମଧ୍ୟରେ କଟକରେ ନିୟନ୍ତ୍ରଣ ହେବ କରୋନା !

By

Published : Jun 12, 2021, 5:24 PM IST

କଟକ: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ଅପେକ୍ଷା କମିଥିଲେ ମଧ୍ୟ ଜିଲ୍ଲାରେ ସମ୍ପୂର୍ଣ୍ଣ ରୂପେ କମିନାହିଁ ସଂକ୍ରମଣ । ପ୍ରତ୍ୟେକ ଦିନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ଯଦିଓ ସହରବାସୀଙ୍କ ପାଇଁ ଚିନ୍ତାର ବିଷୟ ନୁହେଁ ତଥାପି ଅସାବଧାନ ରହିଲେ ସଂକ୍ରମଣ ବ୍ୟାପିପାରେ ବୋଲି କହିଛନ୍ତି ସହକାରୀ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ।

୧୫ ଦିନ ମଧ୍ୟରେ କଟକରେ ନିୟନ୍ତ୍ରଣ ହେବ କରୋନା !

ଏଥିପାଇଁ ସମସ୍ତେ ସଚେତନ ରହିବାର ଆବଶ୍ୟକତା ରହିଛି। ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବା, ହାତଧୋଇବା ତଥା କୋଭିଡ ନିୟମ ମାନି ଚଳିବା କଥା। ଲକଡାଉନ ସଟଡାଉନ କଟକଣା ଯୋଗୁଁ ସହରରେ କରୋନା ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ହେଉଛି।

ଯଦିଓ ମୃତ୍ୟୁ ସଂଖ୍ୟା ଚିନ୍ତା ବଢ଼ାଉଛି ତଥାପି ଏହାର ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ତେବେ ଆସନ୍ତା ୧୫ ଦିନ ମଧ୍ୟରେ ସହରରେ କରୋନା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ ବୋଲି ସୂଚନା ଦେଇଛନ୍ତି ସହକାରୀ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଉମେଶ ରାୟ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details