କଟକ: ସବୁଆଡେ କୋରୋନା ଆତଙ୍କ । ସମସ୍ତେ ଘର ବନ୍ଦ । ମାତ୍ର ସମାଜକୁ ସୁରକ୍ଷା ଦେବା ପାଇଁ ଲକଡାଉନରେ ଦିନ ରାତି ଏକ କରି ଜାଗ୍ରତ ପ୍ରହରୀ ସାଜିଛି ପୋଲିସ । ହେଲେ ଏଭଳି ସମୟରେ ମଧ୍ୟ ଅନେକ ସ୍ଥାନ ରହିଛି ଯେଉଁଟି ଗଳାବାଟ ଖୋଜି ନିଜର ବେଆଇନ ସାମ୍ରାଜ୍ୟ ଖୋଲିଛନ୍ତି ବେଆଇନ ମଦ ଓ ଗଞ୍ଜେଇ ବ୍ୟବସାୟ । ରାସ୍ତା ଘାଟରେ ଗାଡି ଚଳାଚଳ ହେଉନଥିଲା ବେଳେ ନିଜର ଆଡାରେ ରହି ଏମାନେ ବ୍ୟବସାୟ ଜାରି ରଖିଛନ୍ତି ।
ତେବେ ପୋଲିସ ମଧ୍ୟ ନିଜର କର୍ତ୍ତବ୍ୟକୁ ସୂଚାର ରୂପେ ତୁଲାଇବାରେ କୌଣସି ସୁଯୋଗ ହାତଛଡା କରିନି । ଟାର୍ଗେଟ କରି ଅବକାରୀ ସାମଗ୍ରୀକୁ ଜବତ କରିବାରେ ସଫଳ ହୋଇଚାଲିଛି ଅବକାରୀ ଗୁଇନ୍ଦା ବିଭାଗ । ଲକଡାଉନ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର ଅବକାରୀ ସାମଗ୍ରୀ ଜବତ କରି ସମାଜକୁ ସ୍ବଚ୍ଛ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବିଭାଗ ।