କଟକ: ରାଜ୍ୟରେ ସାଇବର ଅପରାଧୀଙ୍କ ବ୍ୟାଙ୍କ ଠକେଇ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। କ୍ରାଇମବ୍ରାଞ୍ଚର ସାଇବର ଥାନା ଏଭଳି ଠକେଇ ମାମଲାକୁ ତଦନ୍ତ କରିବାକୁ ନାକେଦମ ହେଲାଣି। ଅତ୍ୟଧିକ ମାମଲାର ଚାପ ରହୁଥିବାରୁ ଥାନା ସ୍ତରରେ ଅଫିସରଙ୍କୁ ବ୍ୟାଙ୍କ ଠକେଇ ମାମଲାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ତାଲିମ ପ୍ରଦାନ କରାଯାଇଛି।
ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଏହି କର୍ମଶାଳାରେ ବିଭିନ୍ନ ରେଞ୍ଜର ଅଫିସରଙ୍କୁ ତାଲିମ ଦିଆଯାଇଛି। ବ୍ୟାଙ୍କ ଠକେଇ, ପ୍ରତିରୋଧ ଓ ତଦନ୍ତ ସମ୍ପର୍କିତ ଏହି ତାଲିମ କାର୍ଯ୍ୟକୁ ଆଇସିଆଇସିଆଇ ବ୍ୟାଙ୍କ ଏବଂ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଆୟୋଜନ କରାଯାଇଥିଲା।