ଓଡିଶା

odisha

ETV Bharat / state

ପଞ୍ଚଭୂତରେ ଲୀନ ହେଲେ ସ୍ବାଧୀନତା ସଂଗ୍ରାମୀ ସୁମିତ୍ରା ଚୌଧୁରୀ - ସ୍ବାଧୀନତା ସଂଗ୍ରାମୀ ସୁମିତ୍ରା ଚୌଧୁରୀ

ଖାନନଗର ସ୍ଥିତ ଶ୍ମଶାନରେ ସ୍ବାଧୀନତା ସଂଗ୍ରାମୀ ସୁମିତ୍ରା ଚୌଧୁରୀଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଶେଷ ଦର୍ଶନ ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଅଧିକ ପଢ଼ନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Sep 23, 2019, 8:08 PM IST

କଟକ: ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସୁମିତ୍ରା ଚୌଧୁରୀ । ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ସେ ଜଣେ ଅଗ୍ରଣୀ ନେତ୍ରୀ, ସମାଜସେବୀ, ସୁଲେଖିକା, ସୁସଙ୍ଗଠିକା, ପତ୍ରିକା ସମ୍ପାଦିକା, ତଥା ଜଣେ ଖ୍ୟାତିସମ୍ପନ୍ନ ମହିଳା ଭାବେ ବେଶ୍‌ ପରିଚିତ ଥିଲେ ।

ସ୍ବାଧୀନତା ସଂଗ୍ରାମୀ ସୁମିତ୍ରା ଚୌଧୁରୀଙ୍କ ଶେଷ ଦର୍ଶନ

ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସେ କସ୍ତରୁବା ଟ୍ରଷ୍ଟରୁ ଇସ୍ତଫା ଦେଇ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ଯୋଗ ଦେଇଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ସର୍ବୋଦୟ ପତ୍ରିକାର ମୁଖ୍ୟ ସମ୍ପାଦିକା ରହିଥିଲେ। ପ୍ରାୟ 2 ବର୍ଷ ହେବ ଅସୁସ୍ଥତା କାରଣରୁ ସେ ବାହାରକୁ ଯାଇପାରୁ ନଥିଲେ। କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ। ତେବେ ସୁମିତ୍ରା ଦେବୀଙ୍କ ବିୟୋଗ ପରେ ସାହିତ୍ୟିକ, ନେତା, ରାଜନେତା, ସମାଜସେବୀ ଆଦି ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରିଥିଲେ । ଖାନନଗର ସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details