ଓଡିଶା

odisha

ETV Bharat / state

କଟକରୁ ଗୋରୁ ବୋଝେଇ ଗାଡି ଜବତ, 7 ଗିରଫ - ମଧୁପାଟଣାରୁ ଗୋରୁ ଗାଡି ଜବତ

ମଧୁପାଟଣା ଅଞ୍ଚଳରୁ ଗୋରୁ ଗାଡି ଜବତ । ଗୋରୁ ଚାଲାଣରେ ସମ୍ପୃକ୍ତ ଥିବା 7ଜଣଙ୍କୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Sep 7, 2019, 1:25 PM IST

କଟକ: ସହରରେ ଦିନକୁ ଦିନ ଗୋ-ଚାଲାଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ କମିଶନରେଟ ପୋଲିସକୁ ମିଳିଛି ସଫଳତା । ମଧୁପାଟଣା ଅଞ୍ଚଳରୁ ଏକ ଗୋରୁ ଗାଡି ସହ 7 ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନେ ଦୀର୍ଘ ଦିନ ହେଲାଣି ଗୋରୁ ଚାଲାଣ କରୁଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ଏହି ଗାଡିରୁ 90ଟି ଗୋରୁ ଉଦ୍ଧାର ହୋଇଛନ୍ତି । ସେହିପରି ଏକ ମିନି କ୍ୟାଣ୍ଟନର ଓ ବୋଲେରୋ ମଧ୍ୟ ଜବତ କରିଛି ପୋଲିସ । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details