କଟକ:ଆଜି(ସୋମବାର) ରାଜ୍ୟରେ ଦ୍ବିତୀୟ ଡୋଜ ଟୀକାକରଣ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଟୀକାକରଣରେ ମୋଟ 1700 କୋଭିଡ଼ ଯୋଦ୍ଧାଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ କୋଭିଡ ଟିକାର ଦ୍ବିତୀୟ ଡୋଜ ନେବାକୁ କୋଭିଡ଼ ବୈଷୟିକ କମିଟି ମୁଖପାତ୍ର ଜୟନ୍ତ ପଣ୍ଡା ପରାମର୍ଶ ଦେଇଛନ୍ତି ।
ତେବେ ଦ୍ବିତୀୟ ଡୋଜ ଟୀକାକରଣ ନେବା ପ୍ରକ୍ରିୟାରେ ଏହି ଟିକା ସମସ୍ତେ ନେବା ପାଇଁ ରାଜ୍ୟ ସରକାର ଆହ୍ବାନ କରିଛନ୍ତି । କାରଣ ଏହି ଡୋଜ ନେବା ଦ୍ବାରା ହିଁ ଟିକାର ପୂର୍ଣ୍ଣାଙ୍ଗ ହେବ । କୋଭିଡ ଯୋଦ୍ଧାମାନେ ଭୟ ନ କରି ଦ୍ବିତୀୟ ଡୋଜ ନିହାତି ନେବା ପାଇଁ କୋଭିଡ଼ ବୈଷୟିକ କମିଟି ସଦସ୍ୟ ଡ଼ଃ ଜୟନ୍ତ ପଣ୍ଡା ପରାମର୍ଶ ଦେଇଛନ୍ତି ।